ହିନ୍ଦୁତ୍ୱକୁ ନେଇ ଦେଶରେ ତେଜିଲା ରାଜନୀତି: ରାହୁଲ ଗାନ୍ଧୀ କହିଲେ, ବିଜେପି ହିନ୍ଦୁତ୍ୱ ନାଁରେ ଦେଶକୁ ବିଭାଜନ କରୁଛି

198

କନକ ବ୍ୟୁରୋ: ବିଜେପି ହିନ୍ଦୁତ୍ୱ ନାରେ ଦେଶକୁ ବିଭାଜନ କରୁଛି ଆଉ ଲୋକଙ୍କ ମଧ୍ୟରେ ଘୃଣା ବାଂଟୁଛି । ଏଭଳି ବୟାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହିନ୍ଦୁତ୍ୱ ର ଅର୍ଥ କଣ ଶିଖ ଓ ମୁସଲିମଙ୍କ ଉପରେ ଅତ୍ୟାଚାର କରିବା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ । ସେହପରି ଆରଏସଏସ ମଧ୍ୟ ହିନ୍ଦୁତ୍ୱ ନାରେ ଦେଶରେ ଘୃଣା ସୃଷ୍ଟିୁ କରୁଛି ବୋଲି କଂଗ୍ରେସ ନେତା କହିଛନ୍ତି । ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ରାହୁଲଙ୍କ ଏଭଳି ବୟାନ କୁ ନେଇ ବିରୋଧୀ କଡା ସମାଲୋଚନା କରିଛନ୍ତି ।

ହିନ୍ଦୁତ୍ୱ ଏବଂ ହିନ୍ଦୁ ଧର୍ମ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ସେହିପରି ବିଜେପି ଓ ଆରଏସଏସର ଘୃଣିତ ବିଚାର ଧାରା ଉପରେ କଂଗ୍ରେସର ରାଷ୍ଟ୍ରବାଦି ବିଚାରାଧାରା ଭାରି ପଡିଛି ବୋଲି ରାହୁଲ କହିଛନ୍ତି । ରାହୁଲଙ୍କ ଏହି ବୟାନ କୁ ବିରୋଧୀ କଡା ସମାଲୋଚନା କରିଛନ୍ତି ।

ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ସଲମାନ ଖୁରସିଦ ନିଜର ଏକ ବହିରେ ହିନ୍ଦୁତ୍ୱକୁ ଆତଙ୍କବାଦୀ ସଙ୍ଗଠନ ସହ ତୁଳନା କରିବା ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିଲା ବୟାନବାଜି । ତେବେ ନିଜର ଏହି ମନ୍ତବ୍ୟକୁ ଠିକ୍ ବୋଲି କହିଛନ୍ତି ସଲମାନ ଖୁରସିଦ୍ । ଆଗକୁ ଆସୁଥିବା ନିର୍ବାଚନ କୁ ନେଇ ବିଜେପି ପସ୍ତୁତ ହେଉଥୁବା ବେଳେ ହିନ୍ଦୁତ୍ୱ କୁ ନେଇ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ବିଜେପିକୁ ଟାର୍ଗେଟ କରୁଛନ୍ତି ।