ବନ୍ୟାକୁ ନେଇ ବଢୁଛି ରାଜନୀତି । ଲୋକଙ୍କ ପାଖରେ ପହଂଚୁଛନ୍ତି ରାଜନେତା, ପରସ୍ପର ମଧ୍ୟରେ ଦୋଷ ଠେଲାଠେଲି

75

କନକ ବ୍ୟୁରୋ : କଣାସ ଅଂଚଳରେ ଚଳିତ ବନ୍ୟା ଯୋଗୁଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏପଟେ ଏହି ଅଂଚଳରେ ତିନି ପ୍ରମୁଖ ରାଜନୈତିକ ନେତା ପହଂଚିଛନ୍ତି । ଲୋକଙ୍କୁ ଭେଟିବା ସହ ଅନ୍ୟ ଦଳକୁ ଦୋଷ ଦେଇଛନ୍ତି । ବିଜେପିର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ଲେଖାଶ୍ରୀ ସାମନ୍ତ ସିଂହାର ଓ ଅନ୍ୟ ନେତା ମାନେ ସ୍ଥାନୀୟ ଅଂଚଳ ଗସ୍ତ କରିଛନ୍ତି । ଅନ୍ୟପଟେ ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟ କଣାସ ଅଂଚଳ ଗସ୍ତ କରିଛନ୍ତି ।

ସେହିପରି କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ଲୋକଙ୍କୁ ଭେଟିଛନ୍ତି । କଣାସରେ ସୃଷ୍ଟି ହୋଇଥିବା ଘାଇ ପଛରେ ଶାସଦ ଦଳର ସମର୍ଥକ ଓ କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିଥିବା ବେଳେ ବିଜେଡି ସାଂସଦ ଏହାକୁ ଶସ୍ତା ରାଜନୀତି ବୋଲି କହିଛନ୍ତି । ଅନ୍ୟପଟେ ସମସ୍ତେ ମିଳିତ ଭାବେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରସାଦ ।