ରାଜନୀତିରେ ରନ୍ଧା ଖାଦ୍ୟ : ଗରିବଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ପ୍ରତିଯୋଗିତାରେ ସାମିଲ ହେଲା ପଶ୍ଚିମବଙ୍ଗ

 ମୁଖ୍ୟମନ୍ତ୍ରୀ ମମତା ଆରମ୍ଭ କରିଛନ୍ତି ମା ରୋଷେଇ ଘର ଯୋଜନା

164

କନକ ବ୍ୟୁରୋ : ସବସିଡି ଦରରେ ରାସନ ସାମଗ୍ରୀ ଯୋଗାଣ କିମ୍ବା ଗରିବଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ରାଜନୀତିରେ ପ୍ରୟୋଗ ଦୀର୍ଘ ଦିନରୁ ରହିଆସିଛି । ଏହି ପ୍ରତିଯୋଗିତାରେ ଏବେ ସାମିଲ ହୋଇଛି ପଶ୍ଚିମବଙ୍ଗ । ପୂର୍ବାଂଚଳର ଏହି ରାଜ୍ୟରେ ପଦ୍ମ ଫୁଟାଇବାକୁ ସବୁ ବଳ ଲଗାଇ ଦେଇଛି ବିଜେପି । ହେଲେ ବିଜେପିର ରଣନୀତିକୁ ଭଣ୍ଡୁର କରିବା ପାଇଁ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ରାଜ୍ୟର ଗରିବ ଜନତାଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ଆରମ୍ଭ କରିଛନ୍ତି ମା ରୋଷେଇ ଘର ଯୋଜନା । ଏଥିରେ ଲୋକଙ୍କୁ ସବସିଡି ଦରରେ ପେଟପୁରା ଖାଦ୍ୟ ଯୋଗାଇ ଦିଆଯାଉଛି । ମାତ୍ର ୫ ଟଙ୍କାରେ ଭାତ, ଡାଲି ଓ ପରିବା ତରକାରୀ ସହ ଅଣ୍ଡା ଯୋଗାଇ ଦିଆଯାଉଛି । ଆମ ରାଜ୍ୟରେ ମଧ୍ୟ ଏହିଭଳି ଆହାର ଯୋଜନା ଚାଲୁ ରହିଛି । ତେବେ ନଜର ପକାନ୍ତୁ ରାଜନୀତିରେ ରନ୍ଧାଖାଦ୍ୟର ଏହି ତାଲିକା ଉପରେ ।