କନକ ବ୍ୟୁରୋ: ଆବାସ କଳି ଭିତରେ ପୁଣି ଥରେ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି । ରାଜ୍ୟ ବିଜେପି ସଭାପତି ଅଭିଯୋଗ କରିଛନ୍ତି ଯେ, ୨୩ ବର୍ଷରେ ଗରିବ ଲୋକଙ୍କ ଚାଳ ଘର ହଟାଇ ପକା ଘର କରିବାକୁ ରାଜ୍ୟ ସରକାରଙ୍କୁ କିଏ ମନା କରିଥିଲା? ବିଜୁ ପକ୍କା ଘର ଯୋଜନାରେ କେତେ ଘର ଦିଆଯାଇଛି । ରାଜ୍ୟ ସରକାରଙ୍କର କାମରେ ଆନ୍ତରିକତା ନାହିଁ ବୋଲି ସେ କହିଛନ୍ତି । କେବଳ ଭୋଟ ବ୍ୟାଙ୍କ ପଲିଟିକ୍ସ । ଆବାସ ଯୋଜନାରେ ରାଜ୍ୟ ସରକାର ରାଜନୀତି କରୁଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ଅଭିଯୋଗ କରିଛନ୍ତି ।
ସେପଟେ ଏହାର ଜବାବ ରଖିଛି ବିଜେଡି । ବିଜେପିର ଅଭିଯୋଗ ଭିତ୍ତିହୀନ । ଜାଣି ଅବୁଝାଙ୍କୁ ବୁଝାଇବା କଷ୍ଟକର ବୋଲି କହିଛି ବିଜେଡି । ବିଜେପି ଖାଲି ଅଭିଯୋଗ କରୁଛି, ହେଲେ କେଉଁ ଅଯୋଗ୍ୟମାନେ ଆବାସ ପାଇଛନ୍ତି, ବିଜେପି କାହିଁକି ତାର ତାଲିକା ପ୍ରକାଶ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେଡଡି ବିଧାୟକ ଦେବୀ ମିଶ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/vlcsnap-2023-01-26-17h40m03s045.png)