ଲଖିମପୁର ହିଂସାକୁ ନେଇ ଜାରି ରହିଛି ରାଜନୀତି: ରାହୁଲ, ପ୍ରିୟଙ୍କାଙ୍କ ପରେ ଲଖିମପୁର ଅଭିମୁଖେ ନବଜୋତ ସିଂହ ସିଦ୍ଧୁ 

Advertisment
ଲଖିମପୁର ହିଂସାକୁ ନେଇ ଜାରି ରହିଛି ରାଜନୀତି: ରାହୁଲ, ପ୍ରିୟଙ୍କାଙ୍କ ପରେ ଲଖିମପୁର ଅଭିମୁଖେ ନବଜୋତ ସିଂହ ସିଦ୍ଧୁ 

କନକ ବ୍ୟୁରୋ: ଶେଷରେ ଲଖିମପୁର ଖେରିରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଲଖିମପୁରରେ ପହଁଚି ହିସାଂକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ୫ ଜଣିଆ ପ୍ରତିନିଧି ମଣ୍ଡଳି । ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ମଡାଇଦେବା ଘଟଣାରେ ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ରାହୁଲ ଗାନ୍ଧୀ ।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ସହ ୟୁପି କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ, ପଂଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ. ସାଂସଦ ଦିପେନ୍ଦ୍ର ହୁଡ୍ଡା, ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେବାଲା ମୃତ ଚାଷୀଙ୍କ ପରିବାରକୁ ଭେଟିଛନ୍ତି ।

ଗତ ରବିବାର ଲଖିମପୁର ଖେରିରେ ହିଂସାକାଣ୍ଡ ପରେ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିବା ପ୍ରିୟଙ୍କାଙ୍କୁ ଅଟକ ରଖିଥିଲେ ୟୁପି ପୋଲିସ । ସୀତାପୁର ଗେଷ୍ଟ ହାଉସ୍ରେ ୨ ଦିନ ଧରି ବନ୍ଦୀ କରି ରଖାଯାଇଥିଲା । ଏହାପରେ ରାହୁଲ ଗାନ୍ଧୀ ଏବଂ ଛତିଶଗଡ, ପଂଜାବ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମୃତ ଚାଷୀଙ୍କ ପରିବାରକୁ ଭେଟିବା ପାଇଁ ୟୁପି ସରକାର ଅନୁମତି ଦେଇନଥିଲେ । କିନ୍ତୁ ଏହାକୁ ନେଇ ବିରୋଧ ତେଜୁଥିବା ଦେଖି ଯୋଗୀ ସରକାରଙ୍କୁ ନିଜ ନିଷ୍ପତିରୁ ଓହରିବାକୁ ପଡିଥିଲା ।

ଆଉ ଶେଷରେ ପ୍ରୟଙ୍କା, ରାହୁଲଙ୍କୁ ଲଖିମପୁର ଗସ୍ତ କରିବାକୁ ଅନୁମତି ମିଳିଥିଲା । ଏମାନଙ୍କ ପରେ ସମାଜବାଦୀ ପାର୍ଟି ନେତା ଅଖିଳେଷ ଯାଦବ ମଧ୍ୟ ଲଖିମପୁର ଖେରି ଗସ୍ତ କରି ମୃତଙ୍କ ପରିବାରକୁ ଭେଟିଛନ୍ତି । ସେପଟେ ପଂଜାବ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ମଧ୍ୟ ମାର୍ଚ୍ଚ କରି ଲଖିମପୁର ଖେରି ଅଭିମୁଖେ ନିଜ ଯାତ୍ରା ଜାରି ରଖିଛନ୍ତି । ଆଗକୁ ଆଉ କିଛି ହିଂସାକାଣ୍ଡ କି ଦଙ୍ଗା ଭଳି ପରିସ୍ଥିତି ନ ହେଉ ସେଥିପାଇଁ ଏବେ ଲଖିମପୁରରେ ପ୍ରଶାସନ ତରଫରୁ ଇଂଟରନେଟ ସେବା ବନ୍ଦ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe