କଂଗ୍ରେସ ପ୍ରବକ୍ତା ବିନୋଦ ଶର୍ମା ଦେଲେ ଇସ୍ତଫା ! କହିଲେ ନିଜକୁ କଂଗ୍ରେସୀ କହିବାକୁ ଲାଜ ଲାଗୁଛି ।

249

ଭାରତୀୟ ବାୟୁସେନା ଦ୍ୱାରା ପାକ୍ ଅଧିକୃତ କାଶ୍ମୀରରେ ପଶି କରାଯାଇଥିବା ଏୟାର୍ ଷ୍ଟ୍ରାଇକ୍ ପରେ ଦେଶସାରା ଚାଲିଥିବା ରାଜନୀତି ଭିତରେ ବିହାର କଂଗ୍ରେସ ପ୍ରବକ୍ତା ନିଜ ଦଳ ଉପରେ ହିଁ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଦେଇଛନ୍ତି । ଏହି ନେତା ଏବେ ନିଜ ପାର୍ଟି ତଥା କଂଗ୍ରେସ ଦଳକୁ ଇସ୍ତଫା ଦେଇଛନ୍ତି । ସେ ଏୟାର୍ ଷ୍ଟ୍ରାଇକ୍ ଉପରେ ମଗାଯାଉଥିବା ପ୍ରମାଣକୁ ଭୁଲ୍ କହିବା ସହ ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

କଂଗ୍ରେସ ନେତା ବିନୋଦ ଶର୍ମା କହିଛନ୍ତି ଜନତା କଂଗ୍ରେସକୁ ପାକିସ୍ତାନ ଏଜେଣ୍ଟ୍ ବୋଲି କହୁଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇସ୍ତଫାନାମା ପଠାଇଥିଲେ । ଏୟାର୍ ଷ୍ଟ୍ରାଇକ୍ ର ପ୍ରମାଣ ମାଗିବା ସେନାର ମନୋବଳକୁ ଭାଙ୍ଗୁଥିବା ଏବଂ ଏଭଳି କାମ କରି କଂଗ୍ରେସ ସେନାକୁ ହତୋତ୍ସାହ କରୁଥିବା କଥା ସେ ଏହି ଚିଠିରେ ଲେଖିଥିଲେ । ଏହାଛଡା ସେ ଚିଠିରେ ଅନେକ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ । ବିନୋଦ ଶର୍ମା କହିଥିଲେ ଯେ ଆଜି ତାଙ୍କୁ କଂଗ୍ରେସୀ କହିବା ପାଇଁ ଲାଜ ଲାଗୁଛି । ଏଭଳି କାରଣରୁ ହିଁ କଂଗ୍ରେସର ଆଜି ଦେବାଳିଆ ସ୍ଥିତି ଉପୁଜିଛି ଏବଂ ଜନତା କଂଗ୍ରେସକୁ ପାକିସ୍ତାନର ଏଜେଣ୍ଟ୍ ବୋଲି ମଧ୍ୟ କହୁଛନ୍ତି । ମୋ ପାଇଁ ପାର୍ଟିରୁ ବହୁ ଉପରକୁ ଦେଶ ରହିଛି ।