ଓବିସି ଅଧ୍ୟକ୍ଷ ଭାବେ ରଘୁନାଥ ବିଶ୍ୱାଳ ନେଲେ ଦାୟିତ୍ୱ । କହିଲେ, ଖୁବ ଶୀଘ୍ର ପ୍ରସ୍ତୁତ ହେବ ଓବିସି ତାଲିକା । ସେପଟେ ଓବିସି ସଂରକ୍ଷଣକୁ ନେଇ ଆରମ୍ଭ ହେଲା ରାଜନୀତି ।

121

କନକ ବ୍ୟୁରୋ : ଓଏସସିବିସି କମିସନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରଘୁନାଥ ବିଶ୍ୱାଳ । ତାଙ୍କ ସହ ୩ ଜଣ ସଦସ୍ୟ ଡାକ୍ତର ନବନୀତ ରଥ, ମିତାଲି ଚିନ୍ନାରା, ଓ ପ୍ରଶନ୍ନ କୁମାର ପାତ୍ର ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ କମିସନ ରଘୁନାଥ ବିଶ୍ୱାଳ କହିଛନ୍ତି, ଯେ ଯଦି କୌଣସି ଜାତିର ଲୋକ ଓବିସି ବର୍ଗକୁ ଅ୍ରାସିବା ପାଇଁ ଚାହିଁବେ ଆସିପାରିବେ ।

ଏହା ସହ କୌଣସି ଓବିସି ବର୍ଗରେ ଥାଇ ଯଦି ସାମାଜିକ ଓ ଆର୍ଥିକ ସ୍ତରରେ ସ୍ୱଚ୍ଚଳ ଥାନ୍ତି ସେ ସେମାନଙ୍କ ନାମ ଓବିସି ତାଲିକାରୁ ହଟାଇପାରିବେ । ଏଥିପାଇଁ ଏକ ଡାଟା ପ୍ରସ୍ତୁତ କରାଯିବ । ରିଜରଭେସନ ପାଇଁ ମଣ୍ଡଳ କମିସନ ଯାହା ଅଛି, ତାକୁ ଲାଗୁ କରିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି ।

ସେପଟେ ଓବିସି ସଂରକ୍ଷଣକୁ ନେଇ ଆରମ୍ଭ ହେଲ ରାଜନୀତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଓଡିଶାରେ ଜାତିଆଣ ରାଜନୀତି କାମ ଦେବ ନାହିଁ । ରାଜ୍ୟ ସରକାର ଏହାକୁ ନେଇ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି । ସବୁ ବର୍ଗ ଲୋକଙ୍କ ସାମଗ୍ରିକ ବିକାଶ ହେଉ । ସେପଟେ ବିଜେଡି କହିଛି, ସଂରକ୍ଷଣ ନେଇ ଚାଲିଛି ପୁର୍ନବିଚାର ।