କନକ ବ୍ୟୁରୋ : ଜାତୀୟ ସ୍ମାରକ କର୍ତୃପକ୍ଷ ପୁରୀ ମନ୍ଦିରକୁ ନେଇ ବାଇ-ଲ ଜାରି କରିବା ପରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସାଂସଦ ଏହି ଟୁଇଟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମ ଅପମାନଜନକ । ଜୀବନ୍ତ ଠାକୁରଙ୍କ ମନ୍ଦିରକୁ ‘ମୈାସଲିୟମ’ ଶ୍ରେଣୀଭୁକ୍ତ କରିଛି କେଦ୍ର । ମୈାସଲିୟମ ହେଉଛି – ଗମ୍ବୁଜ ଆକୃତିରେ ନିର୍ମିତ ଏକ କବରସ୍ଥାନ । ପିନାକୀ ଲେଖିଛନ୍ତି ଏହା ଠାକୁରଙ୍କ ପ୍ରତି ଅପମାନ ଏବଂ ଓଡିଆଙ୍କ ଭାବାବେଗକୁ ଏହା ଆଘାତ ଦେଇଛି ।
ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ମନ୍ଦିର ଓ ଅନ୍ୟ ଆଠଟି କିର୍ତୀରାଜିକୁ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସହ କଥା ହୋଇଛନ୍ତି । ଧର୍ମେନ୍ଦ୍ର ଟୁଇଟ କରି ଲେଖିଛନ୍ତି, ଏହି ବାଇ-ଲ ଅନେକ କଟକଣା ଲାଗୁ କରୁଛି । ତେଣୁ ଅଧିକ ସମୟ ଓ ଆଲୋଚନା ପରେ ନିଷ୍ପତି ନେବା ଉଚିତ । ସଂସ୍କୃତି ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଆଶ୍ୱାସନା ଦେଇଛନ୍ତି, ମନ୍ଦିରର ବିକାଶ ଓ ସ୍ଥାନୀୟ ଲୋକଙ୍କ ଭାବାବେଗକୁ ଆଘାତ ଦେଲା ପରି କୈାଣସି ପଦକ୍ଷେପ ନିଆଯିବ ନାହିଁ । ଏପଟେ ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/1200px-Shri_Jagannatha_Temple.jpg)