କନକ ବ୍ୟୁରୋ : କିଛିଦିନର ନିରବତା ପରେ ପୁଣି ମହାରାଷ୍ଟ୍ର ଏନସିପିରେ ଫାଟ ଦେଖିବାକୁ ମିଳିଛି । ଶରଦ ପାୱାରଙ୍କ ପୁତୁରା କୁହାଯାଉଥିବା ଅଜିତ ପାୱାର ଆଜି ୧୬ ଜଣ ବିଧାୟକଙ୍କୁ ନେଇ ରାଜଭବନ ପହଂଚିଛନ୍ତି । ସବୁଠାରୁ ବଡ କଥା କି ତାଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ରହିଛନ୍ତି । କୁହାଯାଉଛି କି ଅଜିତ ପାୱାର ୧୬ ଜଣ ବିଧାୟକଙ୍କ ସହ ଏନସିପି ଛାଡି ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିବେ । ଏହାସହ ଅଜିତ ପାୱାର ବିରୋଧୀଦଳ ନେତା ପଦରୁ ଇସ୍ତଫା ଦେଇପାରନ୍ତି ।

Advertisment

ସେପଟେ ଛଗନ ଭୁଜବଳ ଓ ଅଜିତ ପାୱାରଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ନେଇ ମଧ୍ୟ ଆଲୋଚନା ହେଉଛି । ଅଜିତ୍ ପାୱାରଙ୍କୁ ସିନ୍ଦେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ।