କନକ ବ୍ୟୁରୋ: ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଦଳ ଅଭିଯୋଗ କରିଛି ଯେ, ବାରମ୍ବାର ଆଦର୍ଶ ଆଚରଣବିଧି ଉଲଂଘନ କରୁଛନ୍ତି ସାଂସଦ ପ୍ରାର୍ଥୀ । କିଛି ଦିନ ତଳେ ଅପରାଜିତା ଷଡଙ୍ଗୀ ରାଲିରେ ପିଲାମାନଙ୍କୁ ବ୍ୟବହାର କରିଥିଲେ ।

ସେହିପରି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଘଣ୍ଟା ବାଣ୍ଟୁଛନ୍ତି । ପ୍ରଶାନ୍ତ ଜଗଦେବ, ପୋଲିସ ଓ ଆଶା କର୍ମୀଙ୍କୁ ଧମକାଉଛନ୍ତି । ଏବେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗରଦପୁର ବ୍ଲକ ଟିକାନପୁର ପଂଚାୟତରେ ଗତ ଏପ୍ରିଲ ୧୪ ତାରିଖରେ ପିଲାମାନଙ୍କୁ ନେଇ ରାଲି କରିଥିଲେ । ବିଜେପି ପ୍ରାର୍ଥୀ ଓ କର୍ମୀ ଯେଉଁମାନେ ନିର୍ବାଚନ ଆଚରଣବିଧି ଉଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି ।

ସେପଟେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନକୁ ବ୍ୟବହାର କରି ବିଜେଡି ଭୋଟ୍ ମାଗୁଥିବା ଅଭିଯୋଗ କରିଛି ବିଜେପି । ମନ୍ଦିରରେ ଭୋଟରଙ୍କୁ ନେଇ ଶପଥ ପାଠ କରାଉଥିବା ବିଜେପି ଅଭିଯୋଗ କରିଛି । ଏନେଇ ସବୁ ତଥ୍ୟ ଭିଡିଓଗ୍ରାଫି କରି ସିଡି ଜରିଆରେ ସିଇଓଙ୍କୁ ଦେଇଛି । ତେଣୁ ବିଜେଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ସିଇଓଙ୍କ ନିକଟରେ ଦାବି କରିଛି । ବିଜେଡିର ଏଭଳି କାର୍ଯ୍ୟବିଧି ନିର୍ବାଚନ ନିର୍ବାଚନ ଆଚରଣ ବିଧି ନିୟମ ଭଙ୍ଗ କରୁଥିବା କହିଛି ବିଜେପି ।