ମଣିଷ ମାରିଲା ବିଜୁଳି, ଦାୟିତ୍ୱ ନେବାକୁ ନାରାଜ କର୍ତ୍ତୃପକ୍ଷ! ପରସ୍ପର ଉପରେ ଦୋଷ ଲଦିଲେ ଶକ୍ତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବିତ ହେଲେ ୪ ଅଧିକାରୀ, ଘଟଣାକୁ ନେଇ ଶାସକ ଦଳକୁ ଘେରିଲେ ବିରୋଧୀ ।

318

କନକ ବ୍ୟୁରୋ: ବ୍ରହ୍ମପୁର ବସ୍ ଦୁର୍ଘଟଣା ଘଟିବା ଏଥିପାଇଁ କିଏ ଦାୟୀ ଏନେଇ ଆରମ୍ଭ ହୋଇଛି ଖୋଳତାଡ । ହେଲେ ପ୍ରାଥମିକ ଭାବେ ରାଜ୍ୟ ଶକ୍ତି ବିଭାଗକୁ ସାଉଥ କୋ ଦେଇଥିବା ରିପୋର୍ଟରେ ଦୁର୍ଘଟଣା ପାଇଁ ଗ୍ରାମ ଉନ୍ନୟନ ବିଭାଗକୁ ଦାୟୀ କରାଯାଇଛି । ଅନ୍ୟପଟେ ସାଉଥକୋକୁ ଦାୟୀ କରିଛନ୍ତି ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ।

ଏପଟେ ଦୁର୍ଘଟଣା ଘଟିବା ପରେ ସରକାରଙ୍କର ଚେତା ପଶିଛି । ଏଣିକି କୌଣସି ସ୍ଥାନରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶକ୍ତି ବିଭାଗର ଅନୁମତି ନେବାକୁ ପଡିବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ । ଅବହେଲା କେତେ ଭୟଙ୍କର ହୋଇପାରେ ତାହା ଦୁର୍ଘଟଣାର ଏହି ଦୃଶ୍ୟରୁ ଅନୁମାନ କରିହେବ । ଆଉ ଏହାକୁ ନେଇ ସରକାରଙ୍କ ଉପରେ ଅଙ୍ଗୁଳି ଉଠିବା ବି ସ୍ୱାଭାବିକ ।

ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଆଗକୁ ଏଭଳି ବିଦ୍ୟୁତ୍ ତାର ଦୁର୍ଘଟଣାରୁ କେମିତି ରକ୍ଷା ପାଇ ହେବ । ଆଉ ଯଦି ରାଜନୈତିକ ଆରୋପ ପ୍ରତ୍ୟାରୋପ ଭିତରେ ପ୍ରକୃତ ପ୍ରସଙ୍ଗ ହଜିଯିବ ତେବେ ଏଭଳି ଘଟଣା ଘଟି ଚାଲିଥିବ ।