କନକ ବ୍ୟୁରୋ: ରାଜ୍ୟସଭା ଏବଂ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବାପରେ ମମତା ମହନ୍ତଙ୍କୁ ନେଇ ଜୋର ଧରିଲା ରାଜନୀତି । ମମତା ମହନ୍ତଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି-ବିଜେପି । ବିଜେଡି କହିଛି ଜାତୀୟ ଦଳ ଚକ୍ରାନ୍ତ କରି ଏଭଳି କରିଛନ୍ତି । ମୟୂରଭଞ୍ଜବାସୀଙ୍କୁ ଓ ମହନ୍ତ ସମ୍ପ୍ରଦାୟଙ୍କୁ ଧୋକା ଦେଇଛନ୍ତି । ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ ହେଉଛି । ଏହା ସଫଳ ହେବ ନାହଁ । ଆଉ ବିଜେପି କହିଛି, ବିଜେଡି ଆଉ ବେଶୀ ଦିନ ତିଷ୍ଠିପାରିବନି ।

Advertisment

ତେବେ ଏକ ଅପ୍ରତ୍ୟାଶିତ ଘଟଣାରେ ରାଜ୍ୟସଭା ସାଂସଦ ଓ ବିଜେଡିରୁ ଇସ୍ତଫା ଦେଇଛନ୍ତି ମମତା ମହନ୍ତ । ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିକୁ ଏହା ବଡ ଝଟକା ବୋଲି କୁହାଯାଉଛି । ଇସ୍ତଫା ନେଇ ମହନ୍ତ ଟ୍ୱିଟ୍ କରି କହିଛନ୍ତି, “ବିଜେଡିରେ ମୋର ତଥା ମୋର ସମ୍ପ୍ରଦାୟର ସେବା ପାଇଁ କୌଣସି ଆବଶ୍ୟକତା ନାହିଁ । ତେଣୁ ମୁଁ ଜନସାଧାରଣଙ୍କ ସ୍ୱାର୍ଥରେ ଏହି କଠୋର ନିଷ୍ପତ୍ତି ନେଇଛି ”। ଏବେ ଇସ୍ତଫା ପରେ ଆସନଟି ବିଜେପିକୁ ଯିବା ନିଶ୍ଚିତ ହୋଇଛି । କୁହାଯାଉଛି, ବିଜେପିର ଜଣେ ବଡ ନେତା ରାଜ୍ୟସଭାକୁ ଯାଇପାରନ୍ତି ।