କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ଓ ବିଜେପି-ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଜୋରଧରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଛନ୍ତି, ଆଗୁଆ ନିର୍ବାଚନ ନେଇ କାହିଁକି ରାଜ୍ୟ ସରକାର ତରତର ହେଉଛନ୍ତି । ପାଞ୍ଚବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି ପାଞ୍ଚ ବର୍ଷ ପାଇଁ କାମ କରନ୍ତୁ । କେନ୍ଦ୍ର ସରକାର ଯେପର୍ଯ୍ୟନ୍ତ ରାଜ୍ୟର ପ୍ରସ୍ତାବକୁ ସ୍ୱୀକାର କରି ନାହାଁନ୍ତି ତାହାଲେ ନିର୍ବାଚନ କେମିତି ହେବ ବୋଲି କହିଛନ୍ତି ସାଂସଦ ।

Advertisment

ବିଜେଡି-ବିଜେପି ମେଣ୍ଟ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ । କହିଛନ୍ତି ମେଣ୍ଟ ହେବାର ପ୍ରଶ୍ନ ନାହିଁ । କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନେ ବି କହିଛନ୍ତି ମେଣ୍ଟ ହେବ ନାହିଁ । ବିଜେପି ବିରୋଧରେ ବିଜେଡ ହିିଁ ଯିବ । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ସେପଟେ ଆଗୁଆ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କହିଛନ୍ତି ଆଗୁଆ ନିର୍ବାଚନ କେବଳ ଧୁଆଁ ବାଣ । ବିଜେଡି-ବିଜେପି ମିଶିକି ଅଛନ୍ତି ।