କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚ ଫଳାଫଳକୁ ନେଇ ଜୋରଦାର ହୋଇଛି ନେତାଙ୍କ ବୟାନବାଜି । ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ବୋଲି ଦୃଢୋକ୍ତି ବାଢିଛି । ଜନାଦେଶ ବିଜେଡି ସପକ୍ଷରେ ଯିବ ଏବଂ ଅଧିକ ଭୋଟ୍ ସହାୟକ ହେବ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଦୀପାଳି ଦାସଙ୍କୁ ଲୋକେ ଆର୍ଶୀବାଦ ଦେଇଛନ୍ତି ଓ ସେ ବିଜୟୀ ହେବେ ବୋଲି ଦେବୀ ମିଶ୍ର କହିଛନ୍ତି ।
ସେହିପରି ଝାରସୁଗୁଡା ଉପନିର୍ବାଚନରେ ତ୍ରିମୁଖୀ ଲଢେଇ ହୋଇଛି । ଏବଂ ବିଜୟ ପାଇଁ ଭୋଟ ବ୍ୟବଧାନ ଖୁବ୍ କମ ରହିବ । ତେବେ କଂଗ୍ରେସ ନିଶ୍ଚିତ ଜିିତିବ ଓ ଦଳ ଫୁଲ୍ ଫାଇଟ ଦେଇଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେହିପରି ଭୋଟ୍ ପ୍ରତିଶତ ଅଧିକ ହୋଇଛି । ଏବଂ ଇତିହାସ କହୁଛି ଭୋଟ୍ ପ୍ରତିଶତ ଅଧିକ ହେଲେ ସରକାର ବିରୋଧରେ ଯାଏ ବୋଲି ବିଜେପି କହିଛି । ଧାମନଗର ଭଳି ଝାରସୁଗୁଡାରେ ଭୋଟର ନୀରବ ଥିଲେ । ବିଜେପିକୁ ଅକୁଣ୍ଠ ସମର୍ଥନ ମିଳିଛି ବୋଲି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/EmZN20GVkAoTMQU.jpg)