image courtesy - www.hindustantimes.com
ନେତାମାନଙ୍କୁ ଘାରିଛି କଳା ପତାକା ଭୟ । ଏପରିକି ନେତାଙ୍କ ସଭାକୁ ଆସୁଥିବା ଲୋକମାନେ କଳା ପୋଷାକ ପିନ୍ଧି ଆସିବାକୁ ମଧ୍ୟ ବାରଣ କରାଯାଉଛି । କାଳେ କିଏ କଳା କପଡ଼ା ପ୍ରଦର୍ଶନ କରିଦେବ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନ ଗ୍ରସ୍ତରେ ଯାଇଥିବାବେଳେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ଏହି ସଭାକୁ କଳା ପୋଷାକ ପିନ୍ଧି ଆସିଥିବା ଲୋକମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇନଥିଲା । ଏପରି ଲୋକମାନଙ୍କୁ ପ୍ରବେଶ ପଥରୁ ଫେରାଇଦିଆଯାଇଥିଲା ।
କିଛିଦିନ ପୂର୍ବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା । ଏହା ପରେ ତାଙ୍କ ସଭାରେ ମଧ୍ୟ ଏହି କଟକଣା ଲାଗୁ କରାଯାଉଛି । ଓଡ଼ିଶା ମଧ୍ୟ ଏଥିରୁ ମୁକ୍ତ ନୁହେଁ । କିଛି ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ସଭାରେ କଳାପତାକା ପ୍ରଦର୍ଶନକୁ ନେଇ ବିବାଦ ଦେଖାଯାଇଥିଲା । ଏହା ପରେ ପୁଲିସ ପକ୍ଷରୁ ଏପରି ଯେପରି ନ ହୁଏ ସେଥିପାଇଁ କେତେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା । ତେବେ ନେତାମାନଙ୍କୁ କଳାପତାକା ଭୟ ଘାରିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସଭା ସମିତିରେ ବ୍ୟାପକ ବନ୍ଦୋବସ୍ତ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2018/07/babul-supriyo-s-car-attacked_ddb7e908-e55a-11e6-95da-c88e93771820.jpg) 
                            
                        
                            
                            /kanak/media/post_attachments/wp-content/uploads/2018/07/69152efc-e1d7-11e6-af2a-7d9058160009-300x169.jpg)