କନକ ବ୍ୟୁରୋ : କାହାର ଖେଳ, କାହା ପାଇଁ କାଳ ହୋଇପାରେ । ଜଣେ ରାଜନେତାଙ୍କ ବେପରୁଆ ଗାଡ଼ି ଚାଳନା କେମିତି ଜଣେ କୁନି ପିଲାକୁ ମୃତ୍ୟୁ ମୁଖକୁ ଠେଲି ଦେଇପାରେ ତାର ଚିତ୍ର କଏଦ୍ ହୋଇଛି ସିସିଟିଭି କ୍ୟାମେରାରେ । ଜନବସତି ଅଚଂଳରେ ଦ୍ରୁତ ଗତିରେ ଅଚନାକ୍ ମାଡ଼ି ଆସୁଛି ଏକ ଚାରିଚକିଆ ଯାନ । ଆଉ ଆଖି ପିଛୁଳାକେ ଜଣେ କୁନି ପିଲାଙ୍କ ମାଡ଼ି ଯାଇ ଅର୍ନ୍ତଧ୍ୟାନ ହୋଇଯାଉଛି । ଏହି ହୃଦୟ ବିଦାରକ ଚିତ୍ର କଏଦ ହୋଇଛି ରାସ୍ତା କଡ଼ରେ ଥିବା ଏକ ଦୋକାନର ସିସିଟିଭିରେ । ଘଟଣାଟି ହେଉଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ବନ୍ଧଫର ଛକର । ଗତ ୧୫ତାରିଖରେ ଏହି ଘଟଣାଟି ଘଟିଥିଲା ।
ରାସ୍ତାରେ ଚାଲି ଚାଲି ଯାଉଥିବା ୬ ବର୍ଷୀୟ ଓମ୍ ଉପରେ ଚଢ଼ି ଯାଇଥିଲା ଗାଡ଼ି । ଓମ୍ ହେଉଛନ୍ତି ସେହି ଗାଁର ମଦନ ମୁଖିଙ୍କ ପୁଅ । ଏଇ ଗୋଟିଏ ବର୍ଷ ତଳେ ନୂଆ ନୂଆ ସ୍କୁଲ ଯାଉଥିଲା । ପାଟଣା ସାହି ପ୍ରାଥମିକ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ର ହେଉଛନ୍ତି ଓମ୍ । ଯାହାଙ୍କ ଉପରେ ଗାଡ଼ି ଚଢ଼ିଯାଇଛି । କୁହାଯାଉଛି ଓମଙ୍କ ଉପରେ ଗାଡ଼ି ଚଢ଼ାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାଳେ ଜଣେ ରାଜନେତା । ଯିଏ କୌଣସି ବ୍ୟକ୍ତିଗତ କାମରେ ସେଦିନ ରାସ୍ତାରେ ଯାଉଥିଲେ । ଆଉ ଏତେ ଦ୍ରୁତ ଗତିରେ ମାଡ଼ି ଯାଉଥିଲେ ଯେ, ରାସ୍ତାରେ ଯାଉଥିବା କୁନି ପିଲାଙ୍କ ଉପରେ ଗାଡ଼ି ଚଢ଼େଇ ଦେଇଥିଲେ । ଏହି ଦୁର୍ଘଟଣା ପରେ ଓମଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ଆଉ ସେଠୁ କଟକ ବଡ ମେଡ଼ିକାଲ ।
ଦ୍ରୁତ ଗତିରେ ମାଡି ଆସିଲା ରାଜନେତାଙ୍କ ଗାଡି, ଛୋଟ ଛୁଆ ଉପରେ ଚଢାଇଲେ, କିଛି ନ ଜାଣିବା ଭଳି ଚାଲିଗଲେ pic.twitter.com/AtR8lMqVHs
— Kulamani Muduli (@MuduliKulamani) September 21, 2018
ଗତ ୧୫ ତାରିଖରେ ଘଟିଥିଲା ଏହି ଦୁର୍ଘଟଣା । ଦ୍ରୁତଗାତିରେ ଆସୁଥିବା ଗାଡ଼ି କୁନି ପିଲା ଉପରେ ଚଢ଼ି ଯାଇଥିଲା । ଯାହାର ସବୁ ଚିତ୍ର ସିସିଟିଭି କ୍ୟାମେରା କଏଦ ହୋଇଥିଲା । ପ୍ରଥମେ କୁନି ପିଲାକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅତି ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବର୍ତମାନ କଟକ ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି ଅନୁଗୁଳ ଜିଲ୍ଲାର ଏହି କୁନି ପିଲା । ଏଯାଏଁ କଥାବାର୍ତା କରି ପାରୁ ନାହାଁନ୍ତ । ଏହି ଦୁର୍ଘଟଣା ଏବେ ଅନେକ ଗୁଡ଼ିଏ ପ୍ରଶ୍ନ ଛିଡ଼ା କରିଛି, ଜନବସତି ଅଚଂଳରେ ବ୍ୟକ୍ତି ଜଣକ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ କେମିତି ?ଦୁର୍ଘଟଣା ଘଟଣାଇବା ପରେ ଘଟଣାସ୍ଥଳର ଦାୟିତ୍ୱହୀନ ଭାବେ ଚାଲିଗଲେ କେମିତି ?କୌଣସି ବ୍ୟକ୍ତିଗତ କାମ ପାଇଁ କ’ଣ ଅନ୍ୟର ଜୀବନକୁ କେହି ବାଜି ଲାଗଇ ପାରିବ ? କୁନି ପିଲାଟିର ଏହି ଅବସ୍ଥା ପାଇଁ କାହିଁକି ଦାୟୀ ରହିବେ ନାହିଁ ସଂପୃକ୍ତ ରାଜନେତା ?