କନକ ବ୍ୟୁରୋ : ଝାରସୁଗୁଡାରେ ଦେଖିବାକୁ ମିଳିଛି ଟ୍ୱିଟ ୱାର । ଗୋଟିଏ ପଟେ ଝାରୁସୁଗୁଡା ବିଧାୟିକା ଦୀପାଳି ଦାସ ମୁଖ୍ୟମନ୍ତ୍ରୀ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାର ବିକାଶ ପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ଘୋଷଣା କରିିଥିବାବେଳେ କାହିଁକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ନାହିଁ ଓ ଏଥିରେ ସେ ଖୁସି ନାହାନ୍ତି କି ବୋଲି ପ୍ରଶ୍ନ ପଚାରିଛନ୍ତି ।

Advertisment

ତେବେ ଏହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ସେ ପ୍ରଶ୍ନ କରିଛନ୍ତି, ୨୪ ବର୍ଷ ଶାସନରେ ରହିଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ବୀର ସୁରେନ୍ଦ୍ର ସାଏଙ୍କ କଥା ମନେପଡିଲା । ମୋଦି ସରକାର ବୀର ସୁରେନ୍ଦ୍ର ସାଏଙ୍କୁ ସମ୍ମାନ ଜଣାଇ ବିମାନବନ୍ଦରର ନାମକରଣ କରିବା ସହ ବିମାନବନ୍ଦରରେ ତାଙ୍କ ପ୍ରତିମୂର୍ତି ବି ସ୍ଥାପନ କରିଛନ୍ତି ।