କନକ ବ୍ୟୁରୋ: ରେଳ ବଜେଟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ବିଜେଡି ଅଭିଯୋଗ କରିଛି, ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୭ ହଜାର ୨୦୦ କୋଟି ଟଙ୍କା ଦାବି କରାଯାଇଥିଲା । ହେଲେ ଏହି ଦାବିକୁ ଅଣଦେଖା କରାଯାଇଛି । ଚଳିତ ବଜେଟରେ ଅନୁଦାନ ହ୍ରାସ ପାଇଥିବା ବିଜେଡି କହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପୂର୍ବବର୍ଷ ଅପେକ୍ଷା ରାଜ୍ୟକୁ ଅଧିକ ୨୬ ପ୍ରତିଶତ ଆର୍ôଥକ ଅନୁଦାନ ମିଳିଛି ।
ରେଳ ବଜେଟରୁ ଓଡ଼ିଶାକୁ ମିଳିଲା କେତେ?
ଧର୍ମେନ୍ଦ୍ର ପ୍ରଧାନ ଦେଲେ ୬,୯୯୫ କୋଟିର ହିସାବ
ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ ପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସମିଟ୍ କରି ଓଡ଼ିଶାକୁ ରେଳ ବଜେଟରେ କେତେ ଟଙ୍କା ଆବଂଟନ ହୋଇଛି, ସେ ତା’ର ହିସାବ ଦେଇଛନ୍ତି ।
୨୮୯ କିମି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପାଇଁ ୧ ହଜାର କୋଟି
୯୮.୭ କିମିର ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ପାଇଁ ୪୦୦ କୋଟି
୮୨ କିମି ହରିଦାସପୁର-ପାରଦୀପ ରେଳ ଲାଇନ ପାଇଁ ୧୦୦ କୋଟି
୧୭୪ କିମି ସମ୍ବଲପୁର-ତାଳଚେର ଦୋହାରିକରଣ ପାଇଁ ୧୭୩ କୋଟି
୧୮୨ କିମି ସମ୍ବଲପୁର-ଟିଟିଲାଗଡ଼ ଦୋହରିକରଣ ପାଇଁ ୨୦୦ କୋଟି
ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ ପାଇଁ ୨୩୦ କୋଟି
ଏହିପରି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ମୋଟ ୬ ହଜାର ୯୯୫ କୋଟି ଟଙ୍କା ଅନୁଦାନ ମିଳିଥିବା କହିଛନ୍ତି ଧର୍ମେନ୍ଦ୍ର ।
ଏପଟେ କିନ୍ତୁ ରେଳ ବଜେଟକୁ ନେଇ ବିଜେଡି ଅସନ୍ତୋଷ ପ୍ରକଟ କରିଛି । ଦଳର ନେତା ମାନେ ଏହାକୁ ଏକ ନିରାଶ ଜନକ ରେଳ ବଜେଟ୍ କହିଛନ୍ତି । ଏଥିସହ ଦଳ ଅଭିଯୋଗ କରିଛି ଯେ, ରାଜ୍ୟ ସରକାରଙ୍କ ଅନୁରୋଧକୁ କେନ୍ଦ୍ର ସରକାର ଉପେକ୍ଷା କରିଛନ୍ତି । ପୁରୀ-କୋଣାର୍କ, ବରଗଡ଼-ନୂଆପଡ଼ା, ଚାକୁଳିଆ-ବୁଡ଼ାମରା, ଯାଜପୁର-ଆରଡ଼ି-ଧାମରା ରେଳ ଲାଇନ୍ ଆଦି ଦାବିକୁ ଅଣଦେଖା କରାଯାଇଛି । ତା ସହ ଓଡ଼ିଶା ଆବଂଟନ ମଧ୍ୟ ହ୍ରାସ ପାଇଛି ବୋଲି ବିଜେଡି କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/22-2.jpg)