ଘଷିପୁରାରେ ରାଜନୈତିକ ହିଂସା । ଏପର୍ଯ୍ୟନ୍ତ ଗିରଫ ହେଇଛନ୍ତି ୨ ଜଣ ଅଭିଯୁକ୍ତ । ସୂଚନା ଦେଲେ ପୋଲିସ୍ ଡିଜି ।

137

କନକ ବ୍ୟୁରୋ: ଘଷିପୁରାର ରାଜନୈତିକ ହିଂସା ଘଟଣାରେ ଗିରଫ ହେଇଛନ୍ତି ୨ ଜଣ ଅଭିଯୁକ୍ତ । ବର୍ତ୍ତମାନ ସୁଦ୍ଧା ହିଂସା ଘଟଣାରେ ପୋଲିସ ମୋଟ ୨ ଜଣଙ୍କୁ ଗିରଫ କରିଛି । ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ । ତେବେ ଘଷିପୁରାରେ ଲଗାତାର ଭାବେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି । ଆଉ ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରିପାତ୍ରଙ୍କ ସମର୍ଥକ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକ ସମର୍ଥକଙ୍କ ଉପରକୁ ଆକ୍ରମଣ କରୁଛନ୍ତି । ଏପରିକି କିଛି ଦିନ ତଳେ ବଦ୍ରିପାତ୍ରଙ୍କ ସମର୍ଥକଙ୍କ ଆକ୍ରମଣରେ ଲହୁ ଲୁହାଣ ହେଇଥିଲେ ସୌମ୍ୟଙ୍କ ସମର୍ଥକ । ଶନିବାର ପୋଲିସ ଡିଜି ଏ ସମ୍ପର୍କରେ ସୂଚନା ଦେଇ, ଏହି ଘଟଣାରେ ୨ ଜଣ ଗିରଫ ହେଇଥିବା ନେଇ ସୂଚନା ଦେଇଛନ୍ତି ।