‘ଓଡିଶାରେ ଆଳୁର ଅଭାବ ରହିବନି’, କହିଲେ ଯୋଗାଣମନ୍ତ୍ରୀ ; ବିଜେଡି ସାଂସଦ କହିଲେ , ମନ୍ତ୍ରୀ ବୁଝୁନାହାଁନ୍ତି ଆଳୁ ଅଭାବର ଗୁରୁତ୍ୱ

‘ଓଡିଶାରେ ଆଳୁର ଅଭାବ ରହିବନି’, କହିଲେ ଯୋଗାଣମନ୍ତ୍ରୀ ; ବିଜେଡି ସାଂସଦ କହିଲେ , ମନ୍ତ୍ରୀ ବୁଝୁନାହାଁନ୍ତି ଆଳୁ ଅଭାବର ଗୁରୁତ୍ୱ

କନକ ବ୍ୟୁରୋ: ଆଳୁକୁ ନେଇ ବ୍ୟବସାୟୀ ଓ ସାଧାରଣ ଜନତା ଚିନ୍ତାରେ ଥିବାବେଳେ ଯୋଗାଣମନ୍ତ୍ରୀଙ୍କ କଥା ଭେଳିକି ଲାଗୁଛି । କାରଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେତେବେଳେ ଉତ୍ତରପ୍ରଦେଶରୁ , କେତେବେଳେ ପଶ୍ଚିମବଙ୍ଗରୁ ଆଳୁ ଆସିବ ବୋଲି କହୁଥିବାବେଳେ କେତେବେଳେ କହୁଛନ୍ତି ପଞ୍ଜାବରୁ ଆଳୁ ଆସିବା କଥା । ହେଲେ ଏଥିପାଇଁ ଦିନେ ଦୁଇ ଦିନ ସମୟ ଲାଗିବ ।

ଅନ୍ୟପଟେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । କହିଛନ୍ତି, ଆଳୁ ଓଡିଶାରେ ଏକ ଅପରିହାର୍ଯ୍ୟ ପରିବା । ଆଳୁ ଯେଉଁଠୁ ଆସୁ ଓଡିଶାବାସୀ ପାଇବା ଦରକାର । ହେଲେ ଦାୟିତ୍ୱ ଯୋଗାଣ ବିଭାଗର । ମନ୍ତ୍ରୀ ସିନା ଦିନେ ଦୁଇ ଦିନ କଥା କହୁଛନ୍ତି କିନ୍ତୁ ପରିସ୍ଥିତି ଏଠି ସଙ୍ଗୀନ ହେଲାଣୀ । ତେଣୁ ମନ୍ତ୍ରୀ ଏହି ସମସ୍ୟାକୁ ଗମ୍ଭୀତରାର ସହ ନେଇ ରାଜ୍ୟରେ ଆଳୁ ସଙ୍କଟକୁ ଦୂରେଇବା ଉଚିତ ଏବଂ ପରବର୍ତ୍ତୀ ସମୟରେ ଯେପରି ଏପରି ସମସ୍ୟା ସୃଷ୍ଟି ନହୁଏ ସେଥିପାଇଁ ଏକ ସ୍ଥାୟୀ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ବିଧାୟକ ଗଣେଶ୍ୱର ବେହରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe