କନକ ବ୍ୟୁରୋ: ଜାତୀୟ ରାଜନୀତିରେ ନିଜ ରଣନୀତି ପ୍ରଭାବରେ ନେତାଙ୍କ ପାଇଁ ନିର୍ବାଚନୀ ରଣନୀତିକାର ସାଜିଥିବା ପ୍ରଶାନ୍ତ କିଶୋର ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ରଣନୀତିକାର ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ପ୍ରଶାନ୍ତ କିଶୋର କିଛି କାରଣ ସ୍ପଷ୍ଟ କରି ନଥିବା ବେଳେ ସାର୍ବଜନୀନ ଜୀବନରୁ କିଛି ସମୟ ବିରତି ନେଇ ବ୍ୟକ୍ତିଗତଭାବେ ଭବିଷ୍ୟତ ପାଇଁ ଯୋଜନା କରିବାକୁ ସେ ଏଭଳି ପଦକ୍ଷେପ ନେଇଥିବା କଥା କହିଛନ୍ତି । ଅନ୍ୟପଟେ ତାଙ୍କୁ ପଞ୍ଜାବ କଂଗ୍ରେସର ନିର୍ବାଚନୀ ରଣନୀତିକାର ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ କ୍ୟାପଟେନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।publive-image

Advertisment

ତାଙ୍କୁ ଦାୟିତ୍ୱମୁକ୍ତ କରିବାକୁ ସେ କ୍ୟାପଟେନଙ୍କୁ ଅନୁରୋଧ କରିଥିବା ବେଳେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ହେଲେ ପଞ୍ଜାବରେ ୨୦୨୨ ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପରାମର୍ଶଦାତା ପଦରୁ ପ୍ରଶାନ୍ତ କିଶୋର ହଟିଯିବା କଂଗ୍ରେସ ପାଇଁ ଶୁଭ ସଂକେତ ହୋଇ ନପାରେ ।

publive-image
ଅନ୍ୟପଟେ ଜାତୀୟ କଂଗ୍ରେସରେ ପ୍ରଶାନ୍ତ କିଶୋର ଯୋଗ ଦେବା ନେଇ ବରିଷ୍ଠ ନେତାଙ୍କ ଭିତରେ ଆଲୋଚନା ଜାରି ରହିଥିବା ବେଳେ ପ୍ରଶାନ୍ତ କ୍ୟାପଟେନଙ୍କ ହାତ ଛାଡିବା ପରେ ଆଗାମୀ ରଣନୀତି କ’ଣ ରହିବ ତାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଅନ୍ୟପଟେ ସେ ବିଜେପି, ଆଇଏନସି, ଆପ୍, ୱାଇଏସଆର କଂଗ୍ରେସ, ଡିଏମକେ ଓ ଟିଏମସି ପାଇଁ କାମ କରି ସେମାନଙ୍କୁ ନିର୍ବାଚନୀ ରଣାଙ୍ଗନରେ ସଫଳତା ଦେଇଥିବା ବେଳେ ଏବେ କେଉଁ ରାଜନୈତିକ ଦଳର ମୁଖ୍ୟ ପରାମର୍ଶଦାତା ସାଜିବେ ତାହାକୁ ନେଇ ଅପେକ୍ଷା ।