ମାହାଙ୍ଗାରେ ବଦଳିଲାଣି ରାଜନୈତିକ ପାଣିପାଗ । ସରଗରମ ହେଲାଣି ନିର୍ବାଚନୀ ମହୋଲ ।

197

କନକ ବ୍ୟୁରୋ: ସବୁଠି ନିର୍ବାଚନୀ ମହୋଲ । ଆଉ ଏହି ରାଜନୀତି ମାହୋଲ ଭିତରେ ସରଗରମ ହୋଇଛି ମାହାଙ୍ଗା ରାଜନୀତି । ମାହାଙ୍ଗାରେ ମଧ୍ୟ ଆରମ୍ଭ ନେତା ନିର୍ବାଚନୀ ରଣନୀତି ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ଦଳ ଛାଡି  ବିଜେଡି ଓ ବିଜେପିକୁ ଚାଲିଯାଇଥିବା କର୍ମୀ ଓ ଭୋଟରଙ୍କୁ ଦଳ ବାହୁଡା କରାଇବାକୁ  କଂଗ୍ରେସ ଚଳାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ସେହିଭଳି ୧୧ ହଜାର ୩ ଶହ ଅନୁସୂଚିତ ଜନଜାତି  ବର୍ଗ ପରିବାର ମୁଣ୍ଡ ଗୁଂଜିବାକୁ ଜରିପାଲ ଭରସା ବୋଲି କଂଗ୍ରେସର ବୁଥ୍ ସ୍ତରୀୟ ରିପୋର୍ଟ ପିସିସିକୁ ଦିଆଯାଇଥିବା କହିଛି ମାହାଙ୍ଗା କଂଗ୍ରେସ । ସବୁଠି ଚାଲିଛି ଘନ ଘନ ବୈଠକ ଓ ଲୋକ ସଚେତନତା ।

କଂଗ୍ରେସ ଦଳ ଛାଡି ବହୁ ମୁସଲିମ୍ ସମ୍ପ୍ରଦାୟର କଂଗ୍ରେସ କର୍ମୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଥିଲେ । ତେବେ ଉଭୟ ବିଜେଡି ଓ ବିଜେପି ଦଳର ଚିନ୍ତାଧାରା ନେଇ ବହୁ କଂଗ୍ରେସ କର୍ମୀ ଏବେ ଦଳବାହୁଡା ନେଇ ସୂଚନା ଦେଇଛନ୍ତି । ସେପେଟ ମାହାଙ୍ଗା ଡବଲ ମର୍ଡର ନେଇ କାହାର କଣ ସମ୍ପୃକ୍ତି ରହିଛି ତାର ଜବାବ ମାହାଙ୍ଗାବସୀ ଦେବେ ବୋଲି ଉଠିଲାଣି ପ୍ରଶ୍ନ ।