କନକ ବ୍ୟୁରୋ: ବିଜେପୁର ପରାଜୟ ନେଇ ବିଜେପିରେ ବୟାନବାଜି ଆରମ୍ଭ ହୋଇଛି । ଏ ନେଇ ଆଜି ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେପୁର ପରାଜୟ ଅତି ଗର୍ବେ ହତ ଲଙ୍କା । ରାଜନୀତିରେ ଗର୍ବ ଓ ଅଂହକାରର ସ୍ଥାନ ନାହିଁ । ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ । ବିପର୍ଯ୍ୟୟ ସର୍ବଦା ପରବର୍ତନ ଆଣେ । ଏହାର ରୂପରେଖ ଏବେଠୁ ଆକଳନ କରିବା କାଷ୍ଟ । ସେପଟେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ବି ବିଜେପୁର ପରାଜୟ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମେ ହାରିଛୁ । କିନ୍ତୁ ମରିନୁ । ଲଢେଇ ପାଇଁ ପ୍ରସ୍ତୁତ ହେଉଛୁ ।
କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ବିଜେପୁର ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପରାଜୟରେ କଂଗ୍ରେସ ହତୋତ୍ସାହ ହେବା ସ୍ୱାଭାବିକ । ଅତୀତରେ ଦଳ ଏଭଳି ପରାଜୟ ସ୍ୱୀକାର କରିନଥିଲା । ଦଳରେ ନେତୃତ୍ୱ ଗୁରୁତପୂର୍ଣ୍ଣ ନୁହେଁ । ୨୦୧୯ ବେଳକୁ କଂଗ୍ରେସ ଏକ ନମ୍ବର ହେବ ନ ହେଲେ ସଂପୂର୍ଣ୍ଣ ସଫା ହୋଇଯିବ । ପିସିସି ସଭାପତି ପଦ ଚର୍ଚ୍ଚା ନେଇ ନିରଞ୍ଜନ କହିଛନ୍ତି, ମୁକୁଟ ମୋତେ ମିଳିବ କି ନାହିଁ ଜାଣିନି । ମୋ ନାଁ ୨ ବର୍ଷରୁ ଚର୍ଚ୍ଚାରେ ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/maxresdefault.jpg)
/kanak/media/post_attachments/wp-content/uploads/2018/03/vlcsnap-2018-03-02-13h56m08s748-300x240.png)