ବିନ୍ଦୁସାଗର ସ୍ୱଚ୍ଛ ଅଭିଯାନ ପ୍ରକଳ୍ପ ଉଦଘାଟନ୍ ଉତ୍ସବରେ ଦେଖିବାକୁ ମିଳିଲା ରୋଚକ ଚିତ୍ର । ସରକାରୀ କାର୍ଯ୍ୟକ୍ରମରେ ରାଜନୈତିକ ଦଳର ନାରାବାଜି

140

କନକ ବ୍ୟୁରୋ: ଅବସର ଥିଲା ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାର ଉଦଘାଟନ ଉତ୍ସବ । ସରକାରୀ କାର୍ଯ୍ୟକ୍ରମ ଥିଲା । ହେଲେ ପରିଣତ ହୋଇଯାଇଥିଲା ବିଜେଡି ଓ ବିଜେପି ନାରାବାଜିର ପ୍ରତିଯୋଗିତା ସ୍ଥଳ । ପ୍ରକଳ୍ପ ଉଦଘାଟନ ପୂର୍ବରୁ ଲିଙ୍ଗରାଜ ଦର୍ଶନ ପାଇଁ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦର୍ଶନ ସାରି ଧର୍ମେନ୍ଦ୍ର ଯେତେବେଳେ ଉଦଘାଟନ ସ୍ଥଳକୁ ଆସିଥିଲେ, ସେତେବେଳେ ବିଜୁ ଜନତା ଦଳର ସମର୍ଥକ ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନରେ ପୂରା ଅଂଚଳ କମ୍ପି ଉଠିଥିଲା । ବିଜେପି ସମର୍ଥକ ମଧ୍ୟ ମୋଦୀ ଜିନ୍ଦାବାଦ, ଧର୍ମେନ୍ଦ୍ର ଜିନ୍ଦାବାଦ ନାରାବାଜି ଦେଇଥିଲା । ଶାଗୁଆ ଓ ଗେରୁଆ ରଙ୍ଗରେ ଭରି ଯାଇଥିଲା କାର୍ଯ୍ୟକ୍ରମ ସ୍ଥଳ ।

ଚାହୁଁ ଚାହୁଁ ସରକାରୀ କାର୍ଯ୍ୟକ୍ରମ, ରାଜନୈତିକ ଦଳର ବଳ କଷାକଷିରେ ପରିଣତ ହୋଇଥିଲା । ଏପରି ପରସ୍ପର ମଧ୍ୟରେ ଧସ୍ତାଧସ୍ତି ହେବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଲା । ଧର୍ମେନ୍ଦ୍ରଙ୍କ ଭାଷଣ ବେଳେ ମଧ୍ୟ ଶୁଭିଥିଲା ବିଜେଡି ସମର୍ଥକଙ୍କ ନାରାବାଜି । ଏପରି ସ୍ଥିତି ଦେଖି ନାରାବାଜି ବନ୍ଦ କରିବାକୁ ତାଗିଦ୍ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଇଣ୍ଡିଆନ୍ ଅଏଲ୍, ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲଜି ଏବଂ ଓଡିଶା ବ୍ରିଜ୍ କନଷ୍ଟ୍ରକସନ୍ କର୍ପୋରେସନ୍ର ମିଳିତ ଉଦ୍ୟମରେ ବିନ୍ଦୁସାଗର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଉଛି । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ ।