ମଧ୍ୟପ୍ରଦେଶ ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ: କହିଲେ, ୨୫ ବର୍ଷର କାମକୁ ପୁରା କରୁଛନ୍ତି ସରକାର; ରାଜନୀତି ପାଇଁ କୃଷକଙ୍କୁ କରାଯାଉଛି ବ୍ୟବହାର

166

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ଭିତରେ ମଧ୍ୟପ୍ରଦେଶ ଚାଷୀଙ୍କୁ ସମ୍ବୋଧନ କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜନୀତି ପାଇଁ ଚାଷୀଙ୍କୁ ମୋହରା ବନାଯାଉଥିବା କହିଛନ୍ତି ମୋଦୀ । ତେବେ ନୂଆ କୃଷି ଆଇନକୁ ନେଇ ମତ ରଖି କହିଛନ୍ତି ଯେ, କୃଷି ଆଇନ ହଠାତ ଆସିନାହିଁ, ୨୫ ବର୍ଷର କାମକୁ ପୁରା କରୁଛନ୍ତି ସରକାର । ଏବଂ ବର୍ଷ ବର୍ଷ ଧରି ଥିବା ଚାଷୀଙ୍କ ଦାବିକୁ ମଧ୍ୟ ପୁରା କରିଦିଆଯାଇଛି । ଏବଂ ରାତାରାତି ନୂଆ କୃଷି ଆଇନ ଆସିଥିବା ଏଥିପାଇଁ ବର୍ଷ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାର ମନ୍ଥନ କରି ନୂଆ କୃଷି ଆଇନ ଲାଗୁ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।