ସାରା ଦେଶରେ ହୋଲିର ମାହୋଲ ! ଭାଇଚାରାର ପର୍ବ ପାଇଁ ସମସ୍ତେ ବ୍ୟସ୍ତ, ସାଧାରଣ ଜନତାଙ୍କ ସହ ନେତା ବି ଖେଳିଲେ ହୋଲି
ହୋଲିରେ ମସଗୁଲ ରାଜନେତା
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତରେ ହୋଲିର ଧୁମ । ରଙ୍ଗ ଅବିରରେ ରଙ୍ଗୀନ ହୋଇପଡିଛି ସମଗ୍ର ଉତ୍ତର ଭାରତ । ହୋଲି ଏକ ଭାଇଚାରାର ପର୍ବ, ଲୋକଙ୍କ ସହ ଲୋକଙ୍କୁ ଯୋଡିବାର ଉତ୍ସବ । ଆଉ ଏବେ ଦେଶରେ ରହିଛି ନିର୍ବାଚନୀ ମାହୋଲ । ହୋଲି ଖେଳି କର୍ମୀ ସମର୍ଥକ ଓ ଜନତାଙ୍କ ନିକଟତର ହେବାର ଉଦ୍ୟମ କରିଛନ୍ତି ନେତା । ଜାତି, ଧର୍ମ ନିର୍ବିଶେଷରେ ହୋଲିର ରଙ୍ଗରେ ସମସ୍ତେ ରଙ୍ଗେଇ ହୋଇଛନ୍ତି । ରାଜନେତାଙ୍କ ହୋଲି ଖେଳ । ହୋଲିରେ ମସଗୁଲ ରାଜନେତା । ଗୋରଖପୁରରେ ଆରଏସଏସ ପକ୍ଷରୁ ଧୁମଧାମରେ ହୋଲି ପାଳନ କରାଯାଇଛି । ଏଥିରେ ସାମିଲ ହୋଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ହଜାର ହଜାର ସଂଘର କର୍ମକର୍ତା ଓ ଜନତାଙ୍କ ଗହଣରେ ହୋଲି ପାଳିଛନ୍ତି ଯୋଗୀ । ଏହି ଅବସରରେ ସେ ଦେଶକୁ ହୋଲିର ଶୁଭକାମନା ଜଣାଇଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବାସ ନକଭୀଙ୍କ ବାସଭବନରେ ହୋଲିର ମସ୍ତି ଦେଖିବାକୁ ମିଳିଛି । ରଙ୍ଗ ବେରଙ୍ଗର ଅବିର ବୋଳି କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ସେ ମଧ୍ୟ ହୋଲିର ଶୁଭକାମନା ଜଣାଇଛନ୍ତି । ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟୀବର୍ଗୀୟ ମଧ୍ୟ ହୋଲିର ରଙ୍ଗରେ ରଙ୍ଗୀନ ହୋଇଛନ୍ତି । ରଙ୍ଗ ବେରଙ୍ଗର ଫଗୁର ଆସ୍ତରଣ ଯୋଗୁଁ କୈଳାସଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଛି । ସେପଟେ ମଥୁରା ବୃନ୍ଦାବନରେ ହୋଲି ପାଳିଛନ୍ତି ଅଭିନେତ୍ରୀ ହେମାମାଳିନୀ ।ଦ୍ୱାରାକାଦେଶ ମନ୍ଦିରରେ ଦେଶ ବିଦେଶରୁ ଆସିଥିବା ଶ୍ରଦ୍ଧାଳୁ ହୋଲି ଖେଳିବା ସହ ପ୍ରସାଦ ଗ୍ରହଣ କରିଛନ୍ତି ।
ଶ୍ରଦ୍ଧାଳୁଙ୍କ ସହ ହୋଲି ଖେଳି ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ହେମାମାଳିନୀ । ସେପଟେ ୟୁପିର ସୈଫେଇରେ ଧୁମଧାମରେ ହୋଲି ପାଳନ କରିଛନ୍ତି ସମାଜବାଦୀ ପାର୍ଟିର ମୁଖିଆ ତଥା ଯାଦବ ପରିବାର । ଅଖିଳେଶ ଯାଦବ ଓ ମୁଲାୟମ ସିଂ ଯାଦବ ଗୋଲାପ ପାଖୁଡାରେ କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କ ସହ ହୋଲି ଖେଳିଛନ୍ତି । ବରିଷ୍ଠ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ମଧ୍ୟ ହୋଲି ଖେଳର ମଜା ନେଇଛନ୍ତି । ସଂପର୍କୀୟ, ଦଳୀୟ କର୍ମୀଙ୍କ ଗହଣରେ ଏହି ବରିଷ୍ଠ ନେତା ଗଣପର୍ବ ହୋଲିର ମଜା ନେଇଛନ୍ତି । ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦୀୟାଙ୍କ ବାସଭବନରେ ହୋଲିର ଧୁମ ଦେଖିବାକୁ ମିଳିଥିଲା।