ରାଜନୀତିରେ ଲାଗିଲା ହୋଲିର ରଂଗ । ସବୁଜ ବନାମ ଗେରୁଆକୁ ନେଇ ଚର୍ଚ୍ଚା, ବିଜେପିର ଦାବି, ନିଷ୍ପତି ନେଇଛନ୍ତି ଜନତା, ଆଗକୁ ଗେରୁଆ ରଂଗରେ ରଂଗେଇ ହେବ ଓଡିଶା

67

କନକ ବ୍ୟୁରୋ : ନିର୍ବାଚନ ରୁତୁରେ ହୋଲି ଆସିଥିବାରୁ ଏହାକୁ ହାତଛଡା କରି ନାହାନ୍ତି କୌଣସି ରାଜନୈତିକ ଦଳ । ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଦଳୀୟ କାର୍ଯ୍ୟାଳୟରେ ଏକାଠି ହୋଇ ଧୁମଧାମରେ ପାଳନ କରିଛନ୍ତି ରଂଗର ପର୍ବ ।.. ଶଙ୍ଖ ଭବନରେ ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ, ଧର୍ମଶାଳ ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ଦେୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ବହୁ ନେତା ଓ କର୍ମୀ ପରସ୍ପରକୁ ରଙ୍ଗ ବୋଳି ହୋଲି ଖେଳିଛନ୍ତି । .. ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନେତା ଓ କର୍ମୀ ହୋଲି ପରସ୍ପରକୁ ଅବିର ବୋଳି ଶୁଭେଛା ଜଣାଇଛନ୍ତି । .. କଂଗ୍ରେସ ଭବନରେ ମଧ୍ୟ ରଙ୍ଗ ଖେଳିଛନ୍ତି କଂଗ୍ରେସ ନେତା ଓ କର୍ମୀ । ବରିଷ୍ଠ ବିଧାୟକ କର୍ମୀଙ୍କ ସହ ମିଶି ବାଜା ବଜାଇ ଅବିର ଲଗାଇ ରଙ୍ଗର ପର୍ବକୁ ପାଳିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁରରେ ହୋଲି ଉତ୍ସବ ପାଳନ କରିଛନ୍ତି । ସମ୍ବଲପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି । ସକାଳୁ ମା’ ସମଲେଇଙ୍କ ଦର୍ଶନ କରିବା ପରେ, ବିଜେପି କାର୍ଯ୍ୟାଳୟରେ କର୍ମୀଙ୍କ ସହ ଉତ୍ସବ ମନାଇଛନ୍ତି ।

କୋରାପୁଟ ସାଂସଦ ସପ୍ତଗିରି ଉଲାକା ରାୟଗଡାରେ ଦଳୀୟ ନେତା, କର୍ମୀ ଓ ସାଧାରଣ ଲୋକଙ୍କ ସହ ମିଶି ହୋଲି ଖେଳିଛନ୍ତି । ପରସ୍ପରକୁ ରଂଗ ଲଗାଇ ଗୀତର ତାଳେ ତାଳେ ନାଚିଛନ୍ତି । ଭୋଟ ଗଣତି ପରେ ଅସଲ ହୋଲି ପାଳିବେ ବୋଲି କହିଛନ୍ତି ।

ଗାଁଠୁ ସହର ସବୁଠି ରଙ୍ଗର ଖେଳର ଆସର ଜମିଛି । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବା ପାଇଁ ଅବିର ସାଜିଛି ମାଧ୍ୟମ । ଗୀତ ନାଚର ଆସର ବି ଜମିଛି । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୋଇଛନ୍ତି ।