କନକ ବ୍ୟୁରୋ: ସରିଲା ଛତ୍ରପୁର ହାଇଡ୍ରାମା । ବାହାରିଲେ ୧୨ ସମିତି ସଭ୍ୟ । ଗଣମାଧ୍ୟମରେ ଖବର ବାଜିବା ପରେ ଛାନିଆ ହେଲା ପ୍ରଶାସନ । ଅଟକ ଥିବା ସମସ୍ତ ୧୨ ସମିତି ସଭ୍ୟ ମୁକ୍ତ । କଡନ କରି ସମିତି ସଭ୍ୟଙ୍କୁ ସାଙ୍ଗରେ ନେଲା ପୋଲିସ । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟିଂରେ ସାମିଲ ହେବେ ୧୨ ସମିତି ସଭ୍ୟ । ତେବେ ଗତ ରାତିରୁ ଚିଲିକା ହେରିଟେଜ୍ ରିସୋର୍ଟରେ ଅଟକ ରଖିଥିଲା ପୋଲିସ । ଉଦ୍ଧାର ପାଇଁ ବାଲକୋନିରୁ ଛିଡା ହୋଇ କରୁଥିଲେ ନିବେଦନ ସଭ୍ୟମାନେ । ଖବର ପ୍ରସାରଣ ପରେ ଛାଡିବାକୁ ବାଧ୍ୟ ହେଲା ପୋଲିସ । ସେପଟେ ଘଟଣାକୁ ନେଇ ଏସଡିପିଓ କହିଛନ୍ତି ସେମାନଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା ।
ଆଜି ଛତ୍ରପୁରରେ ବ୍ଲକ ଚେୟାରମ୍ୟାନ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଏକ ହୋଟେଲ ଭିତରେ ଏହି ସମିତି ସଭ୍ୟମାନଙ୍କୁ ବନ୍ଦି କରି ରଖାଯାଇଥିବା ଅଭିଯୋଗ ହୋଇଥିଲା । ନିଜେ ଭିଡିଓ କରି ଏମାନେ ଅଭିଯୋଗ କରିଥିଲେ । ହାରିଯିବା ଭୟରେ ପୋଲିସ ପ୍ରଶାସନକୁ ଲଗାଇ ଏମାନଙ୍କୁ କଏଦ କରି ରଖାଯାଇଥିବା ଅଭିଯୋଗ ହୋଇଥିଲା । ଆଜି ଦିନ ୧୨ଟାରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ମତଦାନ ହେବାକୁ ଥିବାବେଳେ ଛତ୍ରପୁର ବ୍ଲକର ୧୨ ଜଣ ସମିତି ସଭ୍ୟଙ୍କୁ ହୋଟେଲରେ ବନ୍ଦୀ କରି ଦିଆଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/15-1.jpg)
/kanak/media/post_attachments/wp-content/uploads/2022/04/11-2.jpg)