ଧାମନଗର ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ କରିଛନ୍ତି କ୍ୟାମ୍ପେନ୍

ଧାମନଗର ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ କରିଛନ୍ତି କ୍ୟାମ୍ପେନ୍

କନକ ବ୍ୟୁରୋ : ଧାମନଗରରେ ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ କରୁଛନ୍ତି ପ୍ରଚାର । ଆଜି ଓ କାଲି ଦୁଇ ଦିନ ବିଭିନ୍ନ ପଂଚାୟତ ବୁଲି ପଦଯାତ୍ରା ମାଧ୍ୟମରେ ସୂରଜଙ୍କ ପାଇଁ ପ୍ରଚାର କରିବେ । ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ।

ଧାମନଗର ଏନ୍ଏସିର ମେଡିକାଲ ବଜାର, କୋଠାର ଗ୍ରାମପଞ୍ଚାୟତର କୋଠାର ଛକ ଓ ଅସୁରାଳିରେ ମଧ୍ୟ ପ୍ରଚାର କରିବେ । ପରେ ସହିଦ ନଗର ସ୍ଥିତ ଲୁଣିଆ ସହିଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ସେହିପରି ଆସନ୍ତାକାଲି ତିହିଡି ବ୍ଲକର ପାଳିଆ ବଜାର, ଗୁଆମାଳ ଓ ବୋଡକରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe