ପୋଷ୍ଟର୍ ଲଗାଇବାଠାରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ପର୍ଯ୍ୟନ୍ତ ! ପଢନ୍ତୁ ନାଇଡୁଙ୍କ ରାଜନୈତିକ ଯାତ୍ରା

21

୭୦ ଦଶକରେ ବିଜେପିର ପୂର୍ବବର୍ତ୍ତୀ ସଂଗଠନ ଜନସଂଘ ନିଜ ପରିଚୟ ତିଆରି କରିବାରେ ବ୍ୟସ୍ତଥିଲା । ହେଲେ ଦକ୍ଷିଣରେ ଏହାର କୌଣସି ଆଧାର ନଥିଲା । କିନ୍ତୁ ଆନ୍ଧ୍ରପ୍ରଦେଶରେ ପାର୍ଟିର ଜଣେ ଯୁବ କାର୍ଯ୍ୟକର୍ତ୍ତା, ଅଟଳ ବିହାରୀ ବାଜପାୟୀ ଏବଂ ଲାଲକୃଷ୍ଣ ଆଡଭାଣୀଙ୍କ ଭଳି ବଡ ବଡ ନେତା ମାନଙ୍କର ପୋଷ୍ଟର୍ ଲଗାଇବାରେ ବ୍ୟସ୍ତ ରହୁଥିଲେ । ସେ ଆଉ କେହି ନୁହଁନ୍ତି, ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭେଙ୍କେୟା ନାଇଡୁ । ଜଣେ ସାଧାରଣ କୃଷକ ପରିବାରରୁ ଆସିଛନ୍ତି ବିଜେପିର ଏହି ବରିଷ୍ଠ ନେତା ।

ନାଇଡୁଙ୍କ ରାଜନୈତିକ ଯାତ୍ରା :
• ୧ ଜୁଲାଇ ୧୯୪୯ରେ ଆନ୍ଧ୍ରପ୍ରଦେଶର ନେଲ୍ଲୋରରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଭେଙ୍କେୟା ନାଇଡୁ ।

• ଭେଙ୍କେୟା ନାଇଡୁ ରାଜନୀତି ଏବଂ କୁଟନୀତିରେ ସ୍ନାତକ କରିଛନ୍ତି । ଏହା ସହ ବିଶାଖାପାଟଣାର ଲ’ କଲେଜରୁ ଡିଗ୍ରୀ ମଧ୍ୟ କରିଛନ୍ତି ।

• ଚାରିଥର ରାଜ୍ୟସଭା ସାଂସଦ ରହିସାରିଛନ୍ତି ଭେଙ୍କେୟା ନାଇଡୁ । ପ୍ରଥମ ଥର ୧୯୯୮, ଦ୍ୱିତୀୟ ଥର ୨୦୦୪, ତୃତୀୟ ଥର ୨୦୧୦ ଏବଂ ୨୦୧୬ରେ ଚତୁର୍ଥ ଥର ପାଇଁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଭେଙ୍କେୟା ।

• ରାଜନୈତିକ କ୍ୟାରିୟର ଆରମ୍ଭରୁ ସେ ପ୍ରଥମେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ, ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ରହିବା ସହ କଲେଜ ୟୁନିୟନର ଅଧ୍ୟକ୍ଷ ମଧ୍ୟ ରହିଥିଲେ ।

• ୧୯୭୨ରେ ଜୟ ଅନ୍ଧ୍ରା ଆନ୍ଦୋଳନରୁ ଜଣେ ନେତା ଭାବରେ ପରିଗଣିତ ହୋଇଥିଲେ ।

• ୧୯୭୪ରେ ଜୟପ୍ରକାଶ ନାରାୟଣଙ୍କ ଛାତ୍ର ସଂଘର୍ଷ ସମିତିରେ ଆନ୍ଧ୍ରପ୍ରଦେଶର ସଂଯୋଜକ ହୋଇଥିଲେ ।

• ୧୯୭୫ରେ ଜରୁରୀ କାଳୀନ ପରିସ୍ଥିତିରେ ଜେଲ୍ ଯାଇଥିଲେ ଭେଙ୍କେୟା ନାଇଡୁ ।

• ମାତ୍ର ୨୯ ବର୍ଷ ବୟସରେ ୧୯୭୮ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ଭେଙ୍କେୟା । ୧୯୮୩ରେ ମଧ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ଧୀରେ ଧୀରେ ରାଜ୍ୟରେ ବିଜେପିର ସବୁଠାରୁ କ୍ଷମତାଶାଳୀ ଏବଂ ବଡ ନେତା ଭାବରେ ପରିଗଣିତ ହେଲେ ।

• ୧୯୭୭ ରୁ ୧୯୮୦ ମଧ୍ୟରେ ସେ ବିଜେପି ଯୁବ ଶାଖାର ସଭାପତି ହୋଇଥିଲେ ।

• ୧୯୮୦ ରୁ ୧୯୮୩ ମଧ୍ୟରେ ରାଷ୍ଟ୍ରୀୟ ବିଜେପି ଯୁବ ଶାଖାର ଉପାଧ୍ୟକ୍ଷ ରହିଥିଲେ ।

• ୧୯୮୮ ରୁ ୧୯୯୩ ମଧ୍ୟରେ ସେ ଆନ୍ଧ୍ରପ୍ରଦେଶ ବିଜେପିର ଅଧ୍ୟକ୍ଷ ରହିଥିଲେ ।

• ୧୯୯୩ରୁ ୨୦୦୦ ପର୍ଯ୍ୟନ୍ତ ଭେଙ୍କେୟା ବିଜେପିର ରାଷ୍ଟୀୟ ମହାସଚିବ ରହିଥିଲେ ।

• ୧୯୯୬ ରୁ ୨୦୦୦ ପର୍ଯ୍ୟନ୍ତ ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ମଧ୍ୟ ରହିଥିଲେ ।

• ୧୯୯୮ରେ ପ୍ରଥମ ଥର ପାଇଁ କର୍ଣ୍ଣାଟକରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

• ୧୯୯୯ରେ ଅଟଳ ବିହାରୀଙ୍କ ସରକାର ସମୟରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ ।

• ବର୍ଷ ୨୦୦୨ରେ ନାଇଡୁ ପ୍ରଥମ ଥର ପାଇଁ ବିଜେପିର ରାଷ୍ଟୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

• ୨୦୦୪ରେ ନାଇଡୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ କିନ୍ତୁ ସେହି ବର୍ଷ ଦଳର ପରାଜୟ ପରେ ସେ ପଦରୁ ଇସ୍ତଫା ଦେଇଥିଲେ ।

• ଏପ୍ରିଲ୍ ୨୦୦୫ ପରେ ସେ ବିଜେପିର ବରିଷ୍ଠ ଉପାଧ୍ୟକ୍ଷ ହୋଇଥିଲେ ।

• ୨୦୦୬ ପରେ ଭେଙ୍କେୟା ନାଇଡୁଙ୍କୁ ବିଜେପି ପାର୍ଲିଆମେଂଟ୍ ବୋର୍ଡର ସଦସ୍ୟ ଏବଂ କେନ୍ଦ୍ରୀୟ ନିର୍ବାଚନ ସମିତିର ସଦସ୍ୟ ବନା ଯାଇଥିଲା ।