କନକ ବ୍ୟୁରୋ : କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା ପରେ ସରଗରମ ହୋଇଛି କଣ୍ଟାବାଞ୍ଜି ନିର୍ବାଚନ ରାଜନୀତି । ବଲାଙ୍ଗୀର ଲୋକସଭା ଅଧିନରେ ଆସୁଥିବା ଏହି ବିଧାନସଭା ଆସନ ପାଇଁ ୩ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ନବୀନ ପଟ୍ଟନାୟକ, ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ଲଢ଼ିବେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ଓ ବିଜେପିର ଲକ୍ଷ୍ମଣ ବାଗ ।
କଣ୍ଟାବାଞ୍ଜି ବିଧାନସଭା
ବିଜେଡି - ନବୀନ ପଟ୍ଟନାୟକ
ବିଜେପି – ଲକ୍ଷ୍ମଣ ବାଗ
କଂଗ୍ରେସ – ସନ୍ତୋଷ ସିଂ ସାଲୁଜା
- କଣ୍ଟାବାଞ୍ଜିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ନବୀନ ପଟ୍ଟନାୟକ
- ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ନବୀନ
- ୨୦୧୯ରେ କଣ୍ଟାବାଞ୍ଜି ଆସନ ଜିତିଥିଲା କଂଗ୍ରେସ
- ସନ୍ତୋଷ ସିଂ ସାଲୁଜା ବିଧାୟକ ହୋଇଥିଲେ
- ୨୦୧୯ରେ ତୃତୀୟ ସ୍ଥାନରେ ଥିଲା ବିଜେଡି
- ବିଜେଡିର ଅଜୟ କୁମାର ଦାସ ପାଇଥିଲେ ୫୪ହଜାର ୫୨୭ଭୋଟ୍
- ସାଲୁଜାଙ୍କ ଠାରୁ ବିଜେପିର ଲକ୍ଷ୍ମଣ ବାଗ ମାତ୍ର ୧୨୮ଭୋଟ୍ରେ ହାରିଥିଲେ
- ସନ୍ତୋଷ ସିଂ ସାଲୁଜା – ଭୋଟ୍ – ୬୪୨୪୬ – ୩୩.୬୦%
- ଲକ୍ଷ୍ମଣ ବାଗ – ଭୋଟ୍ – ୬୪୧୧୮ – ୩୩.୫୩%
- ଅଜୟ କୁମାର ଦାସ – ଭୋଟ୍ – ୫୪୫୨୭ – ୨୮.୫୧%
- ନୋଟା – ୨୪୫୩ – ୧.୨୮%