ତାଲିବାନ ବିରୋଧରେ ସଂଗଠିତ ହେଉଛି ନୂଆ ବିକଳ୍ପ, ଗୋଟିଏ ମଞ୍ଚରେ ସବୁ ଆଫଗାନ ନେତା

331

କନକ ବ୍ୟୁରୋ : ଆଫଗାନିସ୍ତାନରେ ନୂଆ ତାଲିବାନ ସରକାରକୁ ଖୁବଶୀଘ୍ର ମଜବୁତ ରାଜନୈତିକ ବିପକ୍ଷର ସାମ୍ନା କରିବାକୁ ପଡିବ । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଆଫଗାନର ପୂର୍ବତନ ରାଷ୍ଟ୍ରପତି ହମିଦ୍ କରଜାଇ, ଡ.ଅବଦୁଲ୍ଲା, ରେଜିମେଣ୍ଟ ଫୋର୍ସର ନେତା ଅହମ୍ମଦ ମସୁଦ ଓ ପୂର୍ବ ରାଷ୍ଟ୍ରପତି ଓମରୁଲ୍ଲାହା ଏନେଇ ଆଲୋଚନା ଜାରି ରଖିଛନ୍ତି ।

ସୂତ୍ରର ସୂଚନା ମୁତାବକ ଗନି ସରକାର ସମୟରେ ପାଖା ପାଖି ୭୦ ଟି ଦେଶରେ ନିଯୁକ୍ତ ଥିବା ଆଫଗାନି ରାଜଦୂତମାନେ ବି ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ଏହି ଆଲୋଚନାରୁ ସ୍ପଷ୍ଟ ହେଉଛି କି ଖୁବଶୀଘ୍ର ଆଫଗାନିସ୍ତାନରେ ତାଲିବାନ ସରକାରକୁ ଏକ ମଜବୁତ ବିପକ୍ଷର ସାମ୍ନା କରିବାକୁ ପଡିପାରେ । ସୂତ୍ର ବି ନିର୍ବାସିତ ସରକାରର ପୁନଃଗଠନ ହୋଇପାରେ ବୋଲି ଆଶା କରିଛି । ଆଲୋଚନାରେ ସାମିଲ ହୋଇଥିବା ଆଫଗାନର ମୁଖ୍ୟମାନେ ଏବେ ଦେଶର ସମସ୍ତ ଅଞ୍ଚଳ ସହିତ ସଂପର୍କରେ ରହିଛି ।

ସୂତ୍ର ସୂଚନା ମୁତାବକ ନା ତାଲିବାନୀମାନେ ଆଫଗାନରେ ବ୍ୟାପକ ସରକାର ଗଠନରେ ସଫଳ ହୋଇଛନ୍ତି ନା ସେଠିକାର ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବାରେ । ତାଲିବାନ ପୂର୍ବଭଳି ଆଫଗାନରେ ତାର ଏକଛତ୍ରବାଦ ଧର୍ମୀୟ ଶାସନ ନୀତି ଉପରେ ଜୋର ଦେଇଛି । ତେଣୁ ଆଫଗାନର ରାଷ୍ଟ୍ରମୁଖ୍ୟମାନେ ଚିନ୍ତା କରିଛନ୍ତି କି ତାଲିବାନ ସରକାରକୁ ଘଉଡାଇବାକୁ ଶକ୍ତି ଯୋଗାଡ କରିବା ପରିବର୍ତ୍ତେ ତାଲିବାନ ସରକାର ବିରୋଧରେ ଏକ ଶକ୍ତ ବିରୋଧୀଦଳ ଗଠନ କରି ସେମାନଙ୍କ ଏକଛତ୍ରବାଦ ନୀତି ବିରୋଧରେ ପ୍ରଥମେ ଲଢେଇ କରିବାକୁ ହେବ । ଅନ୍ୟପଟେ ଆଫଗାନ ନେତାଙ୍କ ପାଇଁ ଏହା ବି ବହୁ କଷ୍ଟକର ବ୍ୟପାର । କାରଣ ଗୋଟିଏପଟେ ଆଫଗାନବାସୀଙ୍କୁ ତାଲିବାନୀଙ୍କ କବଳରୁ ରକ୍ଷା କରୁଥିବା ଆମେରିକା ସେନା ଏବେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଓ ତାଜାକିସ୍ତାନ ବି ଓମରଲ୍ଲାହା ସାଲେହଙ୍କୁ ସାହାଯ୍ୟ କରୁନାହିଁ ।