ପୋଲିଓ ଛଡେଇ ନେଇଛି ପରିବାରର ହସ ! ଅଭିଶପ୍ତ ଜୀବନ ବିତାଉଛନ୍ତି ଜଗତସିଂହପୁରର ଚନ୍ଦନ ଓ ଲିପିକା, ସ୍ୱାବଲମ୍ବୀ ହେବା ପାଇଁ ସରକାରଙ୍କୁ କଲେ ନିବେଦନ ।

53

କନକ ବ୍ୟୁରୋ : ଗରିବ, ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କର ଅନେକ ଯୋଜନା ରହିଛି । ହେଲେ ପ୍ରକୃତ ହୀତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ପହଁଚି ପାରୁନଥିବା ଭଳି ମନେ ହୁଏ । ଏକଥା ଆମେ କହୁନୁ । ଜଗତସିଂହପୁର ଜିଲ୍ଲା ସିଦ୍ଧଳ ଗାଁର ଚନ୍ଦନ ଓ ଲିପିକାଙ୍କୁ ଦେଖିଲେ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ପୋଲିଓ ଛଡେଇ ନେଇଛି ପରିବାରର ହସ । ଅଭିଶପ୍ତ ଜୀବନ ଜିଉଁଛନ୍ତି ଚନ୍ଦନ ଓ ଲିପିକା । ଜଗତସିଂହପୁର ସଦର ବ୍ଲକ ସିଦ୍ଧଳ ଗାଁର ନିରଂଜନ ଚନ୍ଦଙ୍କ ୨ ପୁଅ-ଝିଅ ଚନ୍ଦନ ଆଉ ଲିପିକା ।  ଜନ୍ମର ମାସକ ପରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ବିତାଉଛନ୍ତି ଅଭିଶପ୍ତ ଜୀବନ । ୨୬ ବର୍ଷୟୀ ଚନ୍ଦନ ଏବଂ ୨୨ ବର୍ଷୀୟ ଝିଅ ଲିପିକା ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ପରିବାର ଉପରେ ବୋଝ ପାଲଟିଛନ୍ତି । ରଗିବ ପରିବାରରେ ଜନ୍ମ ହୋଇଥିବାରୁ ଏମାନଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଦିନ ମଜୁରିଆ ଭାବରେ କାମ କରୁଥିବା ନିରଂଜନ ଅର୍ଥ ଅଭାବରୁ ଘରେ ରଖି ପିଲାଙ୍କ ଚିକିତ୍ସା କରୁଛନ୍ତି ।ସରକାର ଦିବ୍ୟାଙ୍ଗଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ଚନ୍ଦନ ଓ ଲିପିକାଙ୍କ ପାଇଁ କେବଳ ୫ଶହ ଟଙ୍କାର ଭତାରେ ସୀମିତ ସରକାରୀ ଯୋଜନା । ଅର୍ଥ ଅଭାବରୁ ଚିକିତ୍ସା ପାଇ ପାରୁନଥିବା ଭାଇ ଭଉଣୀ  ଅନ୍ୟମାନଙ୍କ ପରି ପାଠପଢି ଚାକିରି କରିବାକୁ ଇଛା ରଖିଥିବା କହିଛନ୍ତି । ଏ ବାବଦରେ ଜଗତସିଂହପୁର ବ୍ଲକ ବିଡିଓଙ୍କ କହିବା କଥା ସେ ଚନ୍ଦନ ଓ ଲିପିକାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ଜାଣିଛନ୍ତି । ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ସାହାଯ୍ୟ କରାଯିବ । ବାପା ମାଆଙ୍କ ଉପରେ ବୋଝ ହୋଇ ଚଳୁଥିବା ୨ ଭାଇ ଭଉଣୀ ନିଜେ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରୁଥିବା ବେଳେ ଅପେକ୍ଷା ସରକାରୀ ସାହାଯ୍ୟକୁ ।