କନକ ବ୍ୟୁରୋ : ଫେଲ ମାରିଛି ପୋଲିଓ ମୁକ୍ତ ଭାରତର ସ୍ୱପ୍ନ । ଦୋ ବୁନ୍ଦ ଜିନ୍ଦେଗି କି ଲିଏ ନାରା ସହିତ ସାରା ଦେଶରେ ସରକାର ପୋଲିଓକୁ ରୋକିବା ପାଇଁ ଚେଷ୍ଟା କଲେ ମଧ୍ୟ ପୋଲିଓ ପୁଣି ମୁଣ୍ଡ ଟେକିଛି । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କେନ୍ଧୁମାଲ ଗାଁରେ ପାଂଚ ଜଣ ଶିଶୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ହୋଇଛନ୍ତି ।
ବରଗଡ ଜିଲ୍ଲା ଗାଇସିଲେଟ୍ ବ୍ଲକ କେନ୍ଦୁମାଲରେ ଫେଲ ମାରିଛି ପୋଲିଓ ମୁକ୍ତ ଭାରତ ମିଶନ । ପଦ୍ମପୁର ଉପଖଣ୍ଡ ଠାରୁ ୧୫ କିଲୋମିଟର ଦୁରରେ ଅବସ୍ଥିତ କେନ୍ଧୁମାଲ ଗାଁର ୫ ଜଣ ଶିଶୁ ପୋଲିଓ ରୋଗରେ ଆକ୍ରନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି । ଏହି ପିଲାମାନେ ଭଲ କରି ଠିଆ ହୋଇପାରୁନଥିବା ବେଳେ କୌଣସି କାମ ମଧ୍ୟ କରିପାରୁନାହାନ୍ତି । ଶିଶୁ ଜନ୍ମ ଆଗରୁ ମାଆମାନେ ସମସ୍ତ ପ୍ରକାର ରୋଗ ପ୍ରତିରୋଧକ ଟିକା ନେବା ପରେ ବି ପିଲାମାନେ ପୋଲିଓ ରୋଗର ଶିକାର ହୋଉଥିବା ଅଭିଯୋଗ ହୋଇଛି ।
ଶିଶୁମାନଙ୍କୁ ଭଲ କରିବା ପାଇଁ ପରିବାର ଲୋକ ଜମିବାଡି ବିକି ଚିକିତ୍ସା କରାଇଥିଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ । ପୋଲିଓରେ ପୀଡିତ ପିଲାଙ୍କ ପାଇଁ ସରକାରୀ ସହାୟତା ଭିକ୍ଷା କରିବା ସହ ଆଗକୁ ଯେପରି କୌଣସି ଶିଶୁ ପୋଲିଓର ଶିକାର ନହୁଅନ୍ତି ସେଥିପାଇଁ ଉଚିତ ପଦକ୍ଷେପ ନେବାକୁ ପୀଡିତଙ୍କ ପରିବାର ଗୁହାରି କରିଛନ୍ତି । ସେପଟେ ପଦ୍ମପୁର ଉପଜିଲ୍ଲାପାଳ କହିଛନ୍ତି ଖୁବ୍ ଶୀଘ୍ର ଏକ ମେଡିକାଲ ଟିମ ଗାଁରେ ପହଂଚି ସ୍ଥିତି ଅନୁଧ୍ୟାନ କରି ନିରାକରଣ ପାଇଁ ପଦକ୍ଷେପ ନେବେ । ସେପଟେ ସମସ୍ତ ପ୍ରକାର ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରି ମଧ୍ୟ ପଦ୍ମପୁର ଅଂଚଳରେ ପୋଲିଓ ତାର କାୟା ବିସ୍ତାର କରିବାରେ ସଫଳ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/32e5d1d5e281b92fc6056bccff8fafc4-1.jpg)