ଜୁଆଡିଙ୍କୁ ନାହିଁ ଖାକି ଭୟ: ଚଢାଉ କରିବାକୁ ଯାଇଥିବା ପୁଲିସ ଉପରେ କଲେ ମରଣାନ୍ତକ ଆକ୍ରମଣ

Advertisment
ଜୁଆଡିଙ୍କୁ ନାହିଁ ଖାକି ଭୟ: ଚଢାଉ କରିବାକୁ ଯାଇଥିବା ପୁଲିସ ଉପରେ କଲେ ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ: ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ ସମୟରେ ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ । ପୁରୀ ଜିଲ୍ଲା କାକଟପୁର ଥାନା ଅଂଚଳର ଭଣ୍ଡିସାହି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଲୋକଙ୍କ ଆକ୍ରମଣରେ ଜଣେ ଏଏସଆଇଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।ଗତକାଲି ବିଳମ୍ବିତ ରାତିରେ ଭଣ୍ଡିସାହି ଗାଁରେ ଜୁଆ ଖେଳୁଥିବା ସୂଚନା ପାଇ ଚଢାଉ କରିଥିବା କାକଟପୁର ଥାନା ପୁଲିସ । ଜୁଆଆଡ୍ଡାରେ ଚଢାଉ ସମୟରେ କିଛି ଜୁଆଡି ଖସିଯାଇଥିବା ବେଳେ ୪ ଜଣଙ୍କୁ ଧରି ଥାନାକୁ ଫେରୁଥିଲା ।

publive-image

ସେହି ସମୟରେ ପୁଲିସ ଟିମ ଉପରେ ସଂଘବଦ୍ଧ ଭାବେ ଅତର୍କିତ ଆକ୍ରମଣ କରିଥିଲେ କିଛି ଜୁଆଡି ଓ ଗ୍ରାମବାସୀ । ଲୋକଙ୍କ ଆକ୍ରମଣରେ କାକଟପୁର ଏଏସଆଇ ଓ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଆସିଷ୍ଟାଂଟ ଇନସ୍ପେକ୍ଟରଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଦୁଇ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଜୁଆ ଆଡ୍ଡାରୁ ନଗଦ ୧୨ ହଜାର ଟଙ୍କା, ୮ଟି ମୋବାଇଲ ଜବତ କରିବା ସହ ୪ ଜଣ ଜୁଆଡିଙ୍କୁ ଗିରଫ କରିଛି ପୁଲିସ । କାକଟପୁର ଥାନା ପୁଲିସ ଉପରେ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏସଡିପିଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe