ପୋଲିସ ଜୁଆଡିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଜୁଆଡିଙ୍କ ପାଥରମାଡରେ ପୁଲିସ କର୍ମୀ ଆହତ ।

542

କନକ ବ୍ୟୁରୋ: ପୋଲିସ ଜୁଆଡ଼ିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ପୋଲିସ ଗାଡ଼ି ଭାଙ୍ଗି ଚମ୍ପଟ ମାରିଲେ ଜୁଆଡ଼ି । ଦିଗପହଣ୍ଡି କେ.ନୂଆଗାଁ ଥାନା ଚୌଧୁରୀ ଟିକରପଡ଼ା ଗାଁରେ ଘଟିଛି ଏହି ଘଟଣା । ଟିକରପଡ଼ା ବଡ଼ସାହି କଲ୍ୟାଣ ମଣ୍ଡପରେ ଜୁଆଖେଳ ଚାଲିଥିବା ବେଳେ ଅଚାନକ ପୋଲିସ ଚଢ଼ାଉ କରିଥିଲା । କିଛି ଜୁଆଡ଼ିଙ୍କୁ ପୋଲିସ କାବୁ କରି ଥାନା ଗାଡ଼ିରେ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା । ଜୁଆଡ଼ିଙ୍କ ଟେକାପଥର ମାଡ଼ରେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏପରିକି ପୋଲିସ ଗାଡ଼ି ମଧ୍ୟ ଭାଙ୍ଗଦେଇଛନ୍ତି ଜୁଆଡ଼ି । ନୂଆପଡ଼ା ଫାଣ୍ଡି ଅଂଚଳରେ ଜୁଆଖେଳ, ଚୋରା ବାଲି ଚାଲାଣ, ଚୋରା ମଦ ବେପାରା, ଅପରାଧ ବ୍ୟାପକ ହେଉଥିବା ବହୁବାର ଅଭିଯୋଗ ହୋଇଛି । ଅପରାଧୀ ଓ ବାଲିମାଫିଆଙ୍କୁ ରୋକିବାରେ ପୋଲିସ ବିଫଳ ହୋଇଛି ବୋଲି କହିଛନ୍ତି ଲୋକେ ।