ସାମାଜିକ ଦୂରତା ନମାନିଲେ ମାଡ଼ ମାରିବ ପୋଲିସ । ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ସରକାର, କାଲିଠୁ ବାହାରେ ବୁଲୁଥିବା ଲୋକଙ୍କ ଉପରେ ରହିବ କଡା ନଜର ।

1,293

କନକ ବ୍ୟୁରୋ : ସାମାଜିକ ଦୂରତା ଉଲ୍ଲଂଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ରାସ୍ତାରେ ଖଟି କଲେ, ଅଯଥାରେ ଘରୁ ବାହାରିଲେ ମାଡ ମାରିବ ପୋଲିସ । ଓଡ଼ିଶା ପୋଲିସକୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ରାଜ୍ୟର ପ୍ରମୁଖ ସହରରେ ପୋଲିସ କରିବ ବଳ ପ୍ରୟୋଗ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ କଡା ନିୟମ କରିଛନ୍ତି ସରକାର ।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର, କଟକ, ବ୍ରହ୍ମପୁର ଭଳି ସହରରେ ଲାଗୁ ହେବ ଏଭଳି ନିୟମ । ରାଉରକେଲା, ପୁରୀ ଭଳି ପ୍ରମୁଖ ସହରରେ ମାଡ ମାରିବ ପୋଲିସ । ଆସନ୍ତାକାଲିଠୁ ରାସ୍ତାରେ ବୁଲୁଥିବା ଲୋକଙ୍କ ଉପରେ କଡା ନଜର ରଖିବ ପୋଲିସ ।

Comments are closed.