କନକ ବ୍ୟୁରୋ : ସାମାଜିକ ଦୂରତା ଉଲ୍ଲଂଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ରାସ୍ତାରେ ଖଟି କଲେ, ଅଯଥାରେ ଘରୁ ବାହାରିଲେ ମାଡ ମାରିବ ପୋଲିସ । ଓଡ଼ିଶା ପୋଲିସକୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ରାଜ୍ୟର ପ୍ରମୁଖ ସହରରେ ପୋଲିସ କରିବ ବଳ ପ୍ରୟୋଗ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ କଡା ନିୟମ କରିଛନ୍ତି ସରକାର ।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର, କଟକ, ବ୍ରହ୍ମପୁର ଭଳି ସହରରେ ଲାଗୁ ହେବ ଏଭଳି ନିୟମ । ରାଉରକେଲା, ପୁରୀ ଭଳି ପ୍ରମୁଖ ସହରରେ ମାଡ ମାରିବ ପୋଲିସ । ଆସନ୍ତାକାଲିଠୁ ରାସ୍ତାରେ ବୁଲୁଥିବା ଲୋକଙ୍କ ଉପରେ କଡା ନଜର ରଖିବ ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/corona-lockdown-scaled-e1585398267547-696x392.jpg)