ସମ୍ବଲପୁର ଜିଲ୍ଲାର ସମସ୍ତ ଥାନାରେ ପଡ଼ି ରହିଛି ଜବତ ଗାଡି: ୧୬୦ଟି ଦାବିଦାର ନଥିବା ଗାଡ଼ିକୁ ଚିହ୍ନଟ କରି ନିଲାମ କରିବ ପୋଲିସ

420

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାର ସମସ୍ତ ଥାନାରେ ପଡ଼ି ରହିଛି ଜବତ ଗାଡ଼ି । ୧୬୦ଟି ଦାବିଦାର ନଥିବା ଗାଡ଼ିକୁ ଚିହ୍ନଟ କରି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ୧୬୦ ଗାଡ଼ି ମଧ୍ୟରେ ଚାରି ଚକିଆ, ୩ ଚକିଆ, ୨ ଚକିଆ ଗାଡ଼ି ରହିଛି । ତଥ୍ୟ କହୁଛି ଟାଉନ ଥାନାରେ ୨ ଚକିଆ ୧୩୫ଟି ଗାଡ଼ି, ୩ ଚକିଆ ୭ଟି ଗାଡ଼, ୪ ଚକିଆ ୧୨ଟି ଗାଡ଼ି ରହିଛି । ଏସବୁ ନିଲାମ କରାଯିବ । ସେପଟେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଜବତ ଗାଡ଼ି କ୍ଷେତ୍ରରେ ଅହେତୁକ ବିଳମ୍ବ ଘଟାଉଛି ପୋଲିସ । ଦୀଘ ବର୍ଷ ଧରି ଖରା ବର୍ଷାରେ ଖୋଲା ଆକାଶ ତଳେ ଗାଡ଼ି ଗୁଡ଼ିକ ପଡ଼ି ରହୁଥିବାରୁ ଗାଡ଼ି ଫିଟନେସ, ପଲ୍ୟୁସନ ପ୍ରତି ଏହା ବିପଦ ସାଜୁଛି । ଚାଜସିଟ ଦାଲ ହୋଇ ଶୁଣାଣି ପରେ ସ୍ୱତନ୍ତ୍ର ଅନୁମତି ନେଇ ଗାଡ଼ି ଗୁଡ଼ିକୁ ମାଲିକଙ୍କୁ ହସ୍ତାନ୍ତର କଲ ଲୋକେ ନେବାକୁ ମଧ୍ୟ ଆଗ୍ରହୀ ପ୍ରକାଶ କରନ୍ତେ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।