କନକ ବ୍ୟୁରୋ: ଆଜି ରାଜସ୍ଥାନର ଡୁଡୁରେ ରାଜୀବ ଗାନ୍ଧୀ ଗ୍ରାମୀଣ ଅଲମ୍ପିକ୍ସ ପ୍ରତିଯୋଗିତାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ତେବେ ଏହା ପୂର୍ବରୁ ସ୍ଥାନୀୟ ବିଧାୟକଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଷ୍ଟେଜ ଉପରେ ଠିଆ ହୋଇ ଲୋକଙ୍କୁ ଉଦବୋଧନ ଦେଉଥିଲେ । ଆଉ ଏହି ସମୟର ତାଙ୍କର ଏକ ଅଜବ ବୟାନ ଭାଇରାଲ ହେଉଛି ।

Advertisment

ସେ ସାଧାରଣ ଲୋକଙ୍କୁ କହିଥିଲେ, କେବଳ ୨ଟି ନାରା ମୁଁ କହିଛି, ରାଜୀବ ଗାନ୍ଧୀ ଅମର ରହେ, ଅଶୋକ ଗେହଲଟ ଜିନ୍ଦାବାଦ. ତୃତୀୟ କୌଣସି ନାରା ଦେବନି । ଯଦି ଅନ୍ୟ ନାରା ଲଗାଇବାର ଅଛି ଉଠିକି ପଳାଅ । ମଝିରେ କେହି ନାଗରର ନାରା ଲଗେଇବନି. ଯଦି ଅନ୍ୟ କିଛି ନାରା ଲଗେଇବ ପୋଲିସ ଉଠାଇ ନେବ, କେସ କରିଦେବ ।