କନକ ବ୍ୟୁରୋ: ରାଜଧାନୀରେ ବଢୁଛି ଅପରାଧ ଓ ଲୁଟତରାଜ୍ । ପୁଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟପାଟ୍ କରି ଛୁ ମାରୁଛନ୍ତି ଲୁଟେରା । ତେବେ ଏଣିକି ଚୋର ଧରିବାରେ ସହାୟକ ହେବ ଗୁଗଲ ମ୍ୟାପିଂ । ଅପରାଧ ନିୟନ୍ତ୍ରଣ ପାଇଁ ଆଧୁନିକ ଟେକ୍ନୋଲୋଜି ଆପଣାଇବ କମିସନରେଟ୍ ପୁଲିସ । କ୍ରମାଗତ ଛିନତାଇ, ଚୋରି ଡକାୟତି ହେଉଥିବା ସ୍ଥାନ ଗୁଡିକ ଗୁଗଲ ମ୍ୟାପିଂରେ ସ୍ଥାନ ପାଇବ । ଫଳରେ କ୍ରାଇମ ହଟସ୍ପଟ୍ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ଅପରାଧୀଙ୍କ ପିଛା କରିବା, ପୁଲିସ ପାଇଁ ସହଜ ହେବ । ତେବେ ଅପରାଧ ନିୟନ୍ତ୍ରଣ ପାଇଁ ଗୁଗୁଲ ମ୍ୟାପିଂ କ୍ରାଇମ ହଟସ୍ପଟ୍ ଉପରେ ରହିବ ନଜର ।

କମିଶନରେଟ ପୋଲିସ ବୈଷୟିକ ଜ୍ଞ।ନ କୌଶଳକୁ ଗୁରୁତ୍ୱ ଦେଉଥିବା ବେଳେ ଅପରାଧୀଙ୍କୁ ମ।ତ୍ ଦେବା ପ।ଇଁ ଆଉ ପ।ଦେ ଆଗେଇଛି । ଟେକ୍ନୋଲୋଜି ଜରିଆରେ ଖୁବଶୀଘ୍ର କ୍ର।ଇମ ହଟସ୍ପଟ ଚିହ୍ନଟ କରିବ ପୋଲିସ । ଗୁଗଲ ମ୍ୟାପିଂ ଜରିଆରେ କେଉଁଠି ଓ କେଉଁ ପ୍ରକ।ରର ଅପର।ଧ ହେଉଛି ତ।ହ।ର ନିରୀକ୍ଷଣ କରି କ୍ର।ଇମ ହଟସ୍ପଟ ଚିହ୍ନଟ କର।ଯିବ ।

  • ଗୁଗୁଲ ଆପ୍ଲିକେସନ ସହାୟତାରେ କ୍ରାଇମ ମ୍ୟାପିଂ ଟେକନିକ୍ ଆପଣାଇବ ପୋଲିସ
  • ଚେନ୍ ଲୁଟ ଓ ଚୋରି ଆଦି ଅପରାଧର ସ୍ଥାନ ସବୁ ଗୁଗୁଲ ମ୍ୟାପରେ ସ୍ଥାନ ପାଇବ
  • ଅଧିକ ଅପରାଧ ଘଟୁଥିବା ସ୍ଥାନକୁ କ୍ରାଇମ ହଟସ୍ପଟ୍ ଭାବେ ଚିହ୍ନଟ କରାଯିବ
  • ଯାହାକୁ ଆଧାର କରି ପୋଲିସ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ

ଗତକ।ଲି କମିଶନରେଟ ପୋଲିସ ପ୍ରତିଷ୍ଠ। ଦିବସରେ ୟୁନିଫ।ଏଡ଼ କମ।ଣ୍ଡ କଣ୍ଟ୍ରୋଲ ସେଣ୍ଟର ପ୍ରତିଷ୍ଠ। କରି ପୋଲିସିଂ ବ୍ୟବସ୍ଥ।କୁ ଅଧିକ ସୁଦୃଢ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଥମ ପର୍ୟ୍ୟ।ୟରେ କେବଳ ସ୍ନ।ଚିଂ ବ। ସୁନ। ଚେନ୍, ଅଳଙ୍କ।ର ଲୁଟ୍ ଘଟଣ।ଗୁଡ଼ିକର ଅନୁଧ୍ୟ।ନ କର।ଯିବ । କେମିତି ଅପର।ଧୀମ।ନେ ଅପର।ଧ ଘଟ।ଉଛନ୍ତି ଏବଂ ସେମ।ନେ କେଉଁ ଶୈଳୀରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି, ଅପର।ଧୀଙ୍କ ଗତିବିଧିର ବିଶ୍ଳେଷଣ କର।ଯିବ । ବିଗତ ଦିନମାନଙ୍କରେ ରାଜ୍ୟରେ ବିଭିନ୍ନ ସ୍ଥ।ନରେ ଘଟିଥିବ। ଅପର।ଧ ଓ ଅପର।ଧୀଙ୍କ ଉପରେ ଗୁଗଲ ମ୍ୟ।ପିଂ ଜରିଆରେ ନଜର ରଖ।ଯ।ଇପ।ରିବ । କମିଶନରେଟ ପୋଲିସ ସଫଳ ହେବ। ପରେ ବିଭିନ୍ନ ଜିଲ୍ଲ।ରେ ଥିବ। ଏସପି ଅଫିସରୁ ମନିଟର କର।ଯିବ । ର।ଜ୍ୟରେ ସବୁ ଥ।ନ। ଉପରେ ତୀକ୍ଷ୍ଣ ନଜର ରଖିବ। ସହ ଗୁଗୁଲ ମ୍ୟ।ପିଂ ଜରିଆରେ ଅପର।ଧର ଶୈଳୀ ଅନୁଧ୍ୟ।ନ କରିବ ପୋଲିସ।

୨୦୨୪ରେ ସ।ଇବର ଅପର।ଧୀଙ୍କୁ ଚ୍ୟ।ଲେଞ୍ଜ ଦେବ।କୁ ଯ।ଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡିପ୍ ଫେକ ଭିଡିଓ ଘଟଣ।ରେ ତଦନ୍ତ ପ।ଇଁ ମଧ୍ୟ ଆଇଟି ଏକ୍ସପର୍ଟଙ୍କ ସହ ଯୋଗ।ଯୋଗରେ ରହିଛି କମିଶନରେଟ ପୋଲିସ ।