କନକ ବ୍ୟୁରୋ : ନାଚ ବନ୍ଦ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ । ପୋଲିସକୁ ଗୋଡାଇ ପିଟିଲେ ଗାଁଲୋକ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନରେ ଥିବା ବଳଙ୍ଗା ପ୍ରଧାନ ସାହିରେ ଘଟିଛି ଏପରି ଘଟଣା । ଗାଁରେ ପରମ୍ପରା ଅନୁସାରେ ସହ ସହ ବର୍ଷ ପୂର୍ବରୁ ଗାଁରେ ନାଗା ନାଚ ହେଇ ଆସୁଥିଲା । ଚଳିତ ବର୍ଷ କରୋନା କଟକଣା ନମାନି ଗାଁଲୋକ ନାଗା ନାଚ କରୁଥିଲେ ।
ଆଉ ଠିକ୍ ସମୟରେ ପୋଲିସ ଗାଁରେ ପହଂଚି କରୋନା ନିୟମକୁ ମାନିବାକୁ କହିଥିବା ବେଳେ ନାଗା ନାଚ ନକରିବାକୁ କହିିଥିଲେ । ପୋଲିସ ବାବୁଙ୍କ ଏହି କଥାରେ ସ୍ଥାନୀୟ ଯୁବକମାନେ ଉତକ୍ଷିପ୍ତ ହୋଇପଡ଼ିଥିଲେ । ପୋଲିସ ଗାଡି ଉପରକୁ ଆକ୍ରମଣ କରିବା ସହିତ ପୋଲିସଙ୍କୁ ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଘଟଣା ଉପରେ ପିପିଲି ଏସଡିପିଓ ଓ ପୁରୀ ଏସପି ନଜର ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି ।