ବିୟର ଫ୍ୟାକ୍ଟ୍ରିରକୁ ବିରୋଧ କରି ଢେଙ୍କାନାଳ ବଳାରାମପୁରରେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ । ଇଡକୋ ଦ୍ୱାରା ଗୃହୀତ ବିୟର କମ୍ପାନୀ ପାଇଁ ଗଛ କଟା ଯାଉଥିବାବେଳେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ସକାଳୁ ସକାଳୁ ପୁଲିସ ଉପସ୍ଥିତିରେ ଗଛ କଟା ଯାଉଥିବାବେଳେ ମହିଳାମାନେ ଠେଙ୍ଗାବାଡି ଧରି ଜଙ୍ଗଲରେ ପହଁଚି ଥିଲେ ।

Advertisment

publive-image

ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହାକୁ ନେଇ ଧସ୍ତାଧସ୍ତି ହୋଇଥିଲା । ପରେ ମହିଳାମାନେ ପୋଲିସକୁ ଠେଙ୍ଗା ଦେଖାଇ ଘଉଡାଇବାକୁ ସକ୍ଷମ ହୋଇଥିବା ଜଣାପଡିଛି । ମଦ କମ୍ପାନୀ ସ୍ଥାପନ ପାଇଁ ଏହି ସ୍ଥାନରୁ ୯୫୮ଟି ଗଛ କଟାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଏହି ଘଟଣାରେ ପୋଲିସ ୩୦ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।