ଲକଡାଉନ କଟକଣା କଡାକଡି: ଅମାନିଆ ଗାଡି ଚାଳକଙ୍କୁ ସାବାଡ କଲା ପୁଲିସ; ମାଛ କିଣିବାକୁ ଯାଇଥିବା ବେଳେ କ୍ରେନ ଲଗାଇ ଉଠାଇନେଲା ଗାଡି

731

କନକ ବ୍ୟୁରୋ: ଭୁବନେଶ୍ୱରରେ ଲକଡାଉନ କଟକଣା କଡାକଡି । ଅମାନିଆ ଗାଡି ଚାଳକଙ୍କୁ ସାବାଡ କଲା ପୁଲିସ । ମାଛ କିଣିବାକୁ ଯାଇଥିବା ବେଳେ କ୍ରେନ ଲଗାଇ ଉଠାଇନେଲା ଗାଡି । ଆଜି ଭୂବନେଶ୍ୱର ୟୁନିଟ ୪ ମାଛ ମାର୍କେଟକୁ କିଛି ଲୋକ ଗାଡି ନେଇ ମାଛ କିଣିବାକୁ ଯାଇଥିଲେ । ଗାଡି ନେଇ ବାହାରକୁ ବାହାରିବାକୁ ମନା କରାଯାଇଥିଲେ ମଧ୍ୟ କିଛି ଲୋକ ଗାଡି ନେଇ ମାଛ କିଣିବାକୁ ଯାଇଥିଲେ । ଫଳରେ ପୁଲିସ ସମସ୍ତ ଗାଡିକୁ କ୍ରେନ ସାହାର୍ଯ୍ୟରେ ଟେକି ଉଠାଇନେଇଥିଲା ।

ଅନ୍ୟପଟେ, କରୋନା ମୁକାବିଲା ପାଇଁ ୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ । ଓଡ଼ିଶାରେ କରୋନା ସଂକ୍ରମଣକୁ ନଜରରେ ରଖି ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜଧାନୀ ଉପରେ କଡ଼ା ନଜର ନଜର ରଖିବା ପାଇଁ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ବର୍ତମାନ ସମୟରେ ଭୁବନେଶ୍ୱର କରୋନାର ହଟସ୍ପଟ୍ ଚାଲିଛି । ତେବେ ଏଥିପାଇଁ ଭୁବନେଶ୍ୱରରେ ତିନୋଟି ଭିନ୍ନ ଭିନ୍ନ ଜୋନ୍ ତିଆରି କରାଯାଇଛି ।

ଗତକାଲି ୫ଟି ପଜିଟିଭ ଆସିଥିବା ବେଳେ ବୋମିଖାଲ ଓ ଝାରପଡ଼ାରେ ସଂକ୍ରମିତ ସଂଖ୍ୟାକୁ ରାଜ୍ୟ ସରକାର ଚିନ୍ତାରେ । ଆଉ ଏଥିପାଇଁ ମୁଖ୍ୟ ଶାସନ ସଚିବ ୬ ଜଣ ଆଇଏଏସ ଅଧିକାରଙ୍କୁ ଦାୟିତ୍ୱ ଦେଇଛନ୍ତି । ଭୁବନେଶ୍ୱରକୁ ଉତର ଜୋନ୍, ଦକ୍ଷିଣ ପୂର୍ବ , ଦକ୍ଷିଣ ପଶ୍ଚିମ ଜୋନରେ ବଂଟାଯାଇଛି । ଉତର ଜୋନ ଦାୟିତ୍ୱରେ ଅଛନ୍ତି ରଞ୍ଜନା ଚୋପ୍ରା, ବିଷ୍ଣୁପଦ ସେଠୀ । ଅନ୍ୟପଟେ ଅଶୋକ ମୀନା, ଭାସ୍କର ଜ୍ୟୋତିଶର୍ମା ଙ୍କୁ ଦିଆଯାଇଛି ଦକ୍ଷିଣ ପଶ୍ଚିମ ଜୋନ୍ ଦାୟିତ୍ୱ । ସେହିପରି ଦକ୍ଷିଣ ପୂର୍ବ ଜୋନ ଦାୟିତ୍ୱରେ ଅଛନ୍ତି ଶାଶ୍ୱତ ମିଶ୍ର, ଏସକେ ଲୋହାନୀ ।