କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ୧୬ନମ୍ବର ଜାତୀୟ ରାଜପଥର ଜାମୁଝାଡ଼ି ବ୍ରିଜ ନିକଟରେ ପଶ୍ଚିମବଙ୍ଗ ପୁଲିସ ଗାଡ଼ି ସହିତ ଏକ ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହୋଇ ୪ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆଜି କୌଣସି ଏକ କାମରେ ପଶ୍ଚିମବଙ୍ଗ ପୁଲିସ ଢେଙ୍କାନାଳ ଯିବା ସମୟରେ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ପୁଲପୁଲ ନାମକ ବସ ସହିତ ସିମୁଳିଆ ଥାନା ଅଧିନ ଜାମୁଝାଡ଼ି ବ୍ରିଜ ନିକଟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା।

Advertisment

ଫଳରେ ୪ଜଣ ପୁଲିସ କର୍ମଚାରୀ ଗୁରତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଥମେ ସିମୁଳିଆ ମେଡିକାଲକୁ ନେଇଥିଲେ। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।