କୌଣସି କୁଖ୍ୟାତ ଅପରାଧୀକୁ ପୁଲିସ ନଧରି ପାରିଲେ ସ୍ଥାନେ ସ୍ଥାନେ ତାର ଫଟୋ ମାରି ଦେଇଥାଏ। କାରଣ ଯଦି କୌଣସି ସହୃଦୟ ବ୍ୟକ୍ତି ସେହି ଅପରାଧୀଙ୍କୁ ଦେଖନ୍ତି ସେ କୁଖ୍ୟାତ ଅପରାଧୀ ବୋଲି ଜାଣି ପୁଲିସକୁ ଖବର ଦେଇ ପାରିବେ। ନିକଟରେ ଚୀନ ପୁଲିସ ଏମିତି ଏକ ଅପରାଧୀର ଓ୍ଵାଣ୍ଟେଡ ପୋଷ୍ଟର ଲଗାଇଛି ଯାହାକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ମଜାଳିଆ ପ୍ରତିକ୍ରିୟା ଦେବାକୁ ଆରମ୍ଭ କରିଛନ୍ତି।
ଜି କ୍ୱିନଘାଏ ନାମକ ଜଣେ ଅପରାଧୀର ପିଲାବେଳର ଫଟୋକୁ ପୁଲିସ ମୋଷ୍ଟଓ୍ଵାଣ୍ଟେଡ ତାଲିକାରେ ଲଗାଇ ଦେଇଛି। ଏହି ମାମଲା ଚୀନର ହେନଜିଓଙ୍ଗ୍ ସହରର। ଜନଗହଳିପୂର୍ଣ୍ଣ ସ୍ଥାନରେ ଉପଦ୍ରବ ସୃଷ୍ଟି କରୁଥିବା ଅପରାଧରେ ପୁଲିସ ଜି କ୍ୱିନଘାଏ ଅପରାଧୀକୁ ଧରିବା ପାଇଁ ତଦନ୍ତ ଚଳାଇଛି। ପୁଲିସ ଜି କ୍ୱିନଘାଏ ବିରୋଧରେ ଓ୍ଵାଣ୍ଟେଡ ପୋଷ୍ଟର ବାହାର କରିଛି। ପୁଲିସ ଏହି ଫଟୋକୁ ଓ୍ଵାଣ୍ଟେଡ ପୋଷ୍ଟର ଦେବାର କାରଣ ହେଉଛି ଏହି ଅପରାଧୀର ସ୍ପଷ୍ଟ ଫଟୋ ମିଳି ପାରିନାହିଁ। ଏହି କାରଣରୁ ଏଠାକାର ପୁଲିସ ଜି କ୍ୱିନଘାଏର ପିଲାଦିନ ଫଟୋକୁ ଦେଇ ଦେଇଥିଲା। ସୋସିଆଲ ମିଡିଆରେ ପ୍ରତିକ୍ରିୟା ଆସିବା ପରେ ଏହି ଫଟୋକୁ ହଟାଇ ପୁଲିସ କ୍ଷମା ମାଗିଛି। ମିଡିଆ ରିପୋର୍ଟ ମୁତାବକ, ଜି କ୍ୱିନଘାଏଙ୍କ ଏହି ଫଟୋ ସେତେବେଳର ସେ ଯେତେବେଳେ ପ୍ରାଇମେରୀ ସ୍କୁଲରେ ପାଠ ପଢ଼ୁଥିଲା। ଓ୍ଵାଣ୍ଟେଡ ଫଟୋ ସହିତ ଚୀନ ଭାଷାରେ ଅଭିଯୁକ୍ତର ଆଇଡି ନମ୍ବର ବି ଲେଖା ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/china_4318531_835x547-m.jpg)
/kanak/media/post_attachments/wp-content/uploads/2019/03/chinese-social-media-1553173638-300x225.jpg)