ରିମାଣ୍ଡ ଆବେଦନ କରିବ ପୋଲିସ । ବଙ୍ଗୋମୁଣ୍ଡା ଗଲା ଅଭିଯୁକ୍ତ

108

କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲା ନେଇ ଗୋବିନ୍ଦ ସାହୁଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ପୋଲିସ । ଅଭିଯୁକ୍ତକୁ କଡା ସୁରକ୍ଷା ଭିତରେ ବଙ୍ଗୋମୁଣ୍ଡା ନିଆଗଲା । ବଙ୍ଗୋମୁଣ୍ଡାରେ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯିବ । ୫ଦିନିଆ ରିମାଣ୍ଡରେ ଆବେଦନ କରିବ ପୋଲିସ ।
ଅଧିକ ତଦନ୍ତ ଏବଂ ପଚରାଉଚରା ପାଇଁ ଗୋବିନ୍ଦ ସାହୁଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିବ । ବଙ୍ଗୋମୁଣ୍ଡାରେ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯିବ, ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ଗୋବିନ୍ଦଙ୍କୁ ରିମାଣ୍ଡରେ ନିଆଯିବ । କଡା ସୁରକ୍ଷା ବଳୟରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଙ୍ଗୋମୁଣ୍ଡା ନିଆଗଲା ।