କନକ ବ୍ୟୁରୋ: ରିମାଣ୍ଡରେ ଗଲା ହାଇଦର । କୁଖ୍ୟାତ ଅପରାଧୀ ହାଇଦରକୁ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି । ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜେଏମଏଫସି କୋର୍ଟ । ହାଇଦରକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ତେବେ କୋର୍ଟରେ ହାଜର ହୋଇ ଏବେ ବି ଅସୁସ୍ଥ ଥିବା କହିଲା ହାଇଦର । ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିବାକୁ କୋର୍ଟଙ୍କୁ କହିଲା ଗ୍ୟାଙ୍ଗଷ୍ଟର ।
ତେବେ ଆଜି ଗ୍ୟାଙ୍ଗଷ୍ଟର ସେକ ହାଇଦରକୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ହେବା ପରେ ହାଇଦରକୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ । ହାଇଦରକୁ ରିମାଣ୍ଡରେ ନେଇ ଫେରାର ହେବାର ଗୁମର ଖୋଲିବାକୁ ଆବେଦନ କରିଥିଲା କମିଶନରେଟ ପୋଲିସ । କାରଣ ହାଇଦର କେମିତି ଫେରାର ହେଲା ତା ଏବେ ବି ସସପେନ୍ସ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/Screen-Shot-2021-04-16-at-8.12.41-PM.png)