ବଢୁଛି ଅଭିଜିତ ଆୟାରଙ୍କ ଅଡୁଆ । ଆଜିଠାରୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କୋଣାର୍କ ପୋଲିସ୍

73

କନକ ବ୍ୟୁରୋ: କୋଣାର୍କ, ଶ୍ରୀଜଗନ୍ନାଥ ଓ ବିଧାୟକଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଜେଲରେ ଥିବା ଅଭିଜିତ ଆୟାରଙ୍କ ଅଡୁଆ ବଢିବାରେ ଲାଗିଛି । ଆଜିଠୁ ଆୟାରଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କୋଣାର୍କ ପୋଲି୍ସ । କୋଣାର୍କ ପୋଲିସ ଏଥିପାଇଁ ୭ ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲେ ବି କୋର୍ଟ ୪ ଦିନ ଲାଗି ଅନୁମତି ଦେଇଥିଲେ ।

ଆଜିଠାରୁ ଅଭିଜିତ ପୁଲିସ୍ ହେପାଜତକୁ ଚାଲିଯିବେ । ଅଭିଜିତ କୋଣାର୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଫଳରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ଅଧିକ ତଦନ୍ତ ଓ ଓ ପଚରାଉଚରା ପାଇଁ ଅଭିଜିତଙ୍କୁ ରିମାଣ୍ଡରେ ଆଣିବ କୋଣାର୍କ ପୋଲିସ । ସେ ଏଭଳି ମନ୍ତବ୍ୟ ଦେବାବେଳେ ତାଙ୍କ ସହ କିଏ ଥିଲେ । କେହି ତାଙ୍କୁ ଏଭଳି ମନ୍ତବ୍ୟ ଦେବାକୁ ପ୍ରବର୍ତାଇଥିଲେ କି ।

ସେ ନେଇ ଖୋଳତାଡ କରିବ କୋଣାର୍କ ପୋଲିସ । ଅଭିଜିତ ଆୟାର ମିତ୍ର ମଙ୍ଗଳବାର ଦିନ ବିଧାନସଭା କମିଟି ଆଗରେ ହାଜର ହୋଇଥିଲେ । ଏହା ପରେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଥିଲେ ।