କନକ ବ୍ୟୁରୋ: ଲାଲଗଡରେ ଆତ୍ମସମର୍ପଣ ଶିବିର । ନକ୍ସଲଙ୍କ ରାଜୁତିରେ ଦିନେ ଯେଉଁଠି ପୋଲିସ ପହଂଚିପାରୁ ନଥିଲା ସେହି ସ୍ଥାନରେ ଆତ୍ମସମର୍ପଣ ଶିବିରର ଆୟୋଜନ କରି ଚର୍ଚାରେ ମାଲକାନଗିରି ଜିଲା ମାଥିଲି ପୋଲିସ । ଏପରି ଏକ ଆତ୍ମସମର୍ପଣ ଶିବିର ହୋଇଛି ମହୁପଦର ଠାରେ । ଏଥିରେ ପୋଲିସକୁ ବଡ ଧରଣର ସହଯୋଗ ଦେଇଛନ୍ତି ଶତାଧିକ ଗ୍ରାମବାସୀ ।

Advertisment

publive-image

ବର୍ଷ ବର୍ଷ ଧରି ଯେଉଁମାନେ ନକ୍ସଲଙ୍କ ଭୟରେ ସେମାନଙ୍କୁ ସମର୍ଥନ ଦେବାକୁ ବାଧ୍ୟ ହେଉଥିଲେ, ଏବେ ସେମାନେ ମାଓବାଦୀଙ୍କ ହାତ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ କରିଛନ୍ତି ଆତ୍ମସମର୍ପଣ । ୨୫୦ ଜଣ ଆଦିବାସୀ ଏକାଠି କରିଛନ୍ତି ଆତ୍ମସମର୍ପଣ । ଏମାନେ ସମସ୍ତେ ପାଲିସର ସୁରକ୍ଷା ଲୋଡିଛନ୍ତି । ମାଥିଲି ପୋଲିସ ଥାନା ଆଇଆଇସି ଜନ ଖୁଜୁରଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ଆଗାମୀ ଦିନରେ ସମସ୍ତ ଆଦିବାସୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ନେଇ ଲୋକଙ୍କୁ ଭରସା ଦେଇଛି ମାଥିଲି ପୋଲିସ ।